Breaking News

ବେଦାନ୍ତ ପକ୍ଷରୁ ଜାତୀୟ ଅଗ୍ନିସେବା ସପ୍ତାହ ପାଳିତ ସାହସୀ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନ ପ୍ରଦାନ

Date:24-04-2021



ଝାରସୁଗୁଡ଼ା ସ୍ଥିତ ବେଦାନ୍ତ ପକ୍ଷରୁ ଆଲୁମିନିୟମ ଏବଂ ପାୱାର ଅପରେସନଠାରେ ୭୮ ତମ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ ହୋଇଛି । ଏହି ଅବସରରେ, ସାହସୀ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନ ପ୍ରଦାନ କରିବାସହ ଅଗ୍ନି ନିରାପତ୍ତା ପ୍ରତି ଥିବା କମ୍ପାନିର ପ୍ରତିବଦ୍ଧତାକୁ ଦୋହରାଯାଇଥିଲା । ସ୍ମୃତିର ଏକ ଅଂଶ ଭାବରେ, ବେଦାନ୍ତ ଅଗ୍ନିଶମ କେନ୍ଦ୍ରରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇଥିଲା । କର୍ମଚାରୀ, ସେମାନଙ୍କ ପରିବାର, ବ୍ୟବସାୟିକ ସହଯୋଗୀମାନଙ୍କ ପାଇଁ ଚଳିତ ବର୍ଷର ଜାତୀୟ ଅଗ୍ନିଶମ ସେବା ଦିବସ ବିଷୟ ବସ୍ତୁ “ଅଗ୍ନିଜନିତ ବିପଦ ପ୍ରଶମନ ପାଇଁ ପ୍ରମୁଖ ଅଗ୍ନି ନିରାପତ୍ତା ଉପକରଣର ରକ୍ଷଣାବେକ୍ଷଣ’’ କୁ ନେଇ ଅଗ୍ନି ନିରାପତ୍ତା ତାଲିମ ଏବଂ ସଚେତନତା କାର୍ଯ୍ୟକ୍ରମ ସହିତ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କମ୍ପାନିର ନିରାପତ୍ତା ସଂସୃତି ସମ୍ବନ୍ଧରେ ରାହୁଲ ଶର୍ମା, ଡ଼େପୁଟି ସିଇଓ, ଆଲୁମିନିୟମ୍ ବିଜିନେସ, ବେଦାନ୍ତ ଲିମିଟେଡ଼୍ କହିଥିଲେ ଯେ ଶୂନ୍ୟ କ୍ଷତି, ଶୂନ୍ୟବର୍ଜ୍ୟ ଓ ଶୂନ୍ୟ ନିଷ୍କାସନକୁ ସୁନିଶ୍ଚିତ କରି ଆମର ପରିଚାଳନାର ନୀତି ମଧ୍ୟରେ ଏହା ଅନ୍ତର୍ଭୁକ୍ତ ରହିଛି ଏବଂ ଏହି ଦିଗରେ ଆମେ ଆମର କାର୍ଯ୍ୟଧାରା ଜାରୀ ରଖିବୁ । 

ଏହା ଦ୍ୱାରା ଦେଶ ତଥା ଆମର ଉପଭୋକ୍ତାଙ୍କ ପ୍ରତି ଆମେ ଆମର ଦାୟିତ୍ୱ ନିର୍ବାହ କରିବାକୁ ପ୍ରତିବଦ୍ଧ । ସେହିପରି ତୁର୍ତନ ବାର୍ଲା, ଅଗ୍ନିଶମ ଅଧିକାରୀ, ମେସର୍ସ ଆଡ଼ପ୍ରୋ ଫାୟାର ସର୍ଭିସେସ୍‌ର ଯିଏକି ବେଦାନ୍ତ ସହିତ ସଂମ୍ପୃକ୍ତ ସେ କହିଥିଲେ ଯେ ବେଦାନ୍ତ ସହିତ ଫାୟାର ଫାଇଟର ରୁପେ କାର୍ଯ୍ୟ କରିପାରୁଥିବାରୁ ଆମେ ନିଜକୁ ଗର୍ବିତ ମନେକରୁ । ସୁରକ୍ଷା ପାଇଁ ବେଦାନ୍ତ ବିଶ୍ୱ ସ୍ତରରେ ସର୍ବୋଚ୍ଚ ଅଭ୍ୟାସ ପାଳନ କରୁଛି ଓ ଏହାର ସମସ୍ତ ଅଂଶିଦାରଙ୍କ ମାନଙ୍କର ସର୍ବବିଧ କଲ୍ୟାଣ ପାଇଁ ନିରାପତ୍ତା ମାନକକୁ ପ୍ରାଧାନ୍ୟ ଦେଉଛି । ବେଦାନ୍ତ ବ୍ୟାପକ ଭାବରେ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ପ୍ରତି ସର୍ମପିତ ଏହି ଉଦ୍ଦେଶ୍ୟରେ ଏହାର କର୍ମଚାରୀ, ବ୍ୟବସାୟୀକ ସହଯୋଗୀ ଗୋଷ୍ଠି ମଧ୍ୟରେ ଏହାର ଅଗ୍ନି ନିରାପତ୍ତା ମାନକକୁ ଅଧିକ ଉନ୍ନତ୍ତ କରାଇ ପାରିଛି । ଅଗ୍ନି ନିରାପତ୍ତା କେନ୍ଦ୍ରିତ ପରିଚାଳନା ଏବଂ ଗୋଷ୍ଠୀ ସୃଷ୍ଟି କରିବା ପାଇଁ ଏହା ଉନ୍ନତ ଓ ଉତ୍କୃଷ୍ଟ ଅଭ୍ୟାସ ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ଆପଣାଇଛି । ବିଭିନ୍ନ ଅଗ୍ନିକାଣ୍ଡ, ଜଙ୍ଗଲ ଅଗ୍ନିକାଣ୍ଡ, ବଜ୍ରପାତ, ମୌସୁମୀ ଇତ୍ୟାଦି ସମୟରେ ବେଦାନ୍ତ ସ୍ଥାନୀୟ ପ୍ରଶାସନକୁ ଅଫ୍ ସାଇଟ୍ ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ପ୍ରଦାନ କରିଥାଏ ଏବଂ ଗୋଷ୍ଠୀ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ତାଲିମ ଏବଂ ସଚେତନତା କରିଥାଏ । ବେଦାନ୍ତ ଏକ ମହିଳା-ଅଗ୍ନି ନିର୍ବାପକ ଦଳ ଅଗ୍ନିବାହିନୀ ଗଠନ କରିଛି, ଯେଉଁମାନେ ପରିଚାଳନା ସମୟରେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଦକ୍ଷ ଓ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବାକୁ ତାଲିମ ପାଇଛନ୍ତି ।

Latest News