Breaking News

ନାଗରିକ ଫୋରମ୍ ପକ୍ଷରୁ କୋଭିଡ଼ ସଚେତନତା

Date:11-09-2020


ଝାରସୁଗୁଡ଼ା ନାଗରିକ ଫୋରମ୍ ପକ୍ଷରୁ କରୋନା ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନ ଶୋଭାଯାତ୍ରା ବାହାର କରାଯାଇଥିଲା । ଫୋରମ ସଦସ୍ୟ ମାନେ ପାଇଁ ହାତରେ ପ୍ଲେକାର୍ଡ ଧରି ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନତା କରେଇଥିଲେ । ସରକାର ପ୍ରଣୟନ କରିଥିବା କୋଭିଡ଼ ଗାଇଡ଼ଲାଇନକୁ ମାନିବାକୁ ଅନୁରୋଧ କରିଥିଲେ । ମାକ୍ସ ବ୍ୟବହାର କରିନଥିବା ଗ୍ରାହାକ ମାନଙ୍କୁ ଦୋକାନକୁ ପଶିନଦେବା ସହିତ ତାଙ୍କୁ ସାମଗ୍ରୀ ନଦେବାକୁ କହିଥିଲେ । ମାକ୍ସ ପିନ୍ଧି ନିଜ ପରିବାକୁ ସୁରକ୍ଷା କରିବା ସହିତ ଆଖପାଖ ଲୋକଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।ଏହି ଅବସରରେ ଝାରସୁଗୁଡ଼ା ନାଗରିକ ଫୋରମ୍‌ର ସଦସ୍ୟ ମହେନ୍ଦ୍ର କେଡିଆ ପୱନ୍ ସୁଲତାନିଆ, ଓମପ୍ରକାଶ ଖୈତାନ, ମନୀଶ ସାହା, ଅନିଲ ଭୁବାନିଆ, ବିମଳ ସକୁନିଆ, ନବୀନ ମିଶ୍ର, ଅଶ୍ୱାସ ମୋଦି ଓ ଦିନେଶ ସୋନୀ ପ୍ରମୁଖ ଯେଗଦେଇଥିଲେ ।

Latest News