Breaking News

ବିଜେପୁର ଉପ ନିର୍ବାଚନ : ବିଜେପି ର ପ୍ରାର୍ଥୀ ହେଲେ ସନତ ଗଡ଼ତିଆ

Date:29-09-2019



ଓଜସ୍ଵୀ ବିଜେପୁର : ବିଜେପୁର ଉପ ନିର୍ବାଚନ ପାଇଁ ଆଜି ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ସନତ ଗଡ଼ତିଆଙ୍କୁ ବିଜେପୁର ଉପ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଭାବେ ଦଳର ଦୀଲୀ ସଂସଦୀୟ ବୋର୍ଡ଼ କମିଟି ମୋହର ମାରିଛି । ଗତ ସାଧାରଣ ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହୋଇଥିଲେ । ଆସନ୍ତା କାଲି ସୋମବାର ସେ ପ୍ରାର୍ଥୀପତ୍ର ଦାଖଲ କରିବେ । ପୂର୍ବରୁ କଂଗ୍ରେସର ଦିଲିପ ପଣ୍ଡା ପ୍ରାର୍ଥୀ ହେବା ନେଇ ଘୋଷଣା କରାଯାଇଥିବାବେଳେ ବିଜେଡ଼ି ର ରୀତା ସାହୁ ପ୍ରାର୍ଥୀ ହେଉଛନ୍ତି । ଆସନ୍ତା କାଲି ସୋମବାର ନାମାଙ୍କନପତ୍ର ଦାଖଲର ଶେଷ ଦିବସ ହୋଇଥିବାରୁ ପ୍ରମୁଖ ତିନୋଟି ଦଳ ର ପ୍ରାର୍ଥୀମାନେ ଆସନ୍ତା କାଲି ପ୍ରାର୍ଥୀପତ୍ର ଦାଖଲ କରିବେ । 

Latest News