Breaking News

ବିଜେପୁର ଉପନିର୍ବାଚନ: ପ୍ରକାଶ ପାଇଲା ଷ୍ଟାର ପ୍ରଚାରକ ତାଲିକା; ବିଜେଡିର ମଙ୍ଗ ଧରିବେ ନବୀନ,କଂଗ୍ରେସର ସୋନିଆ

Date:03-10-2019



ଆସନ୍ତା ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗୁରୁବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବିଜେଡି ଏବଂ କଗ୍ରେସ ୪୦ଜଣଙ୍କୁ ଷ୍ଟାର ପ୍ରଚାରକ କରିଥିବା ବେଳେ ଭାଜପା ୨୪ଜଣଙ୍କୁ କରିଛି। ବିଜେଡି ପକ୍ଷରୁ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂଦେଓ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ପଦ୍ମନାଭ ବେହେରା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବୀପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ନବକିଶୋର ଦାସ, କିଶୋର କୁମାର ମହାନ୍ତି, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ କୁମାର ଦାଶବର୍ମା, ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ବିଜୟ ରଞ୍ଜନ ସିଂ ବରିହା, ପ୍ରଣବ ପ୍ରକାଶ ଦାସ, ରମେଶ ଚନ୍ଦ୍ର ମାଝୀ, ଅନୁଭବ ମହାନ୍ତି, ଟୁକୁନି ସାହୁ, ଦିବ୍ୟ ଶଙ୍କର ମିଶ୍ର, ପଦ୍ମିନୀ ଦିଆନ, ସ୍ନେହାଙ୍ଗୀନି ଛୁରୀଆ ପ୍ରମୁଖ ଷ୍ଟାର ପ୍ରଚାରକ ରହିଛନ୍ତି।

ସେହିଭଳି କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମନମୋହନ ସିଂ, ପ୍ରୀୟଙ୍କା ଗାନ୍ଧୀ, ଜିତେନ୍ଦ୍ର ସିଂହ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଆର୍‌ସି ଖୁଣ୍ଟିଆ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟ, ଆନନ୍ଦ ଶର୍ମା, ମନିଷ ତିିଓ୍ବାରୀ ପ୍ରମୁଖ ରହିଛନ୍ତି। ସେହିଭଳି ଭାଜପାର ଜଗତ ପ୍ରକାଶ ନଡ୍ଡା, ଅରୁଣ ସିଂ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗିରିଧର ଗମାଙ୍ଗୋ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ମନୋଜ ତିଓ୍ବାରୀ, ବସନ୍ତ ପଣ୍ଡା, ବିଜୟ ମହାପାତ୍ର, କେଭି ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଷ୍ଟାର ପ୍ରଚାରକ ରହିଛନ୍ତି।

Latest News