Breaking News

ଝାରସୁଗୁଡାରେ ପୁଣି ୩୦ ପଜିଟିଭ ଚିହ୍ନଟ

Date:07-08-2020


ଝାରସୁଗୁଡ଼ା, ଓଜସ୍ୱି ନ୍ୟୁଜ୍ ଝାରସୁଗୁଡା ଜିଲ୍ଲାରେ ପୁଣି ୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଝାରସୁଗୁଡା ହୋଟେଲ ମେଘଦୂତରେ ୨ ଜଣ, ବିଜୁନଗରରେ ୨ ଜଣ, ବୁରୋମାଲରେ ୪ ଜଣ, ପୁରୁଣାବସ୍ତିରେ ୨ ଜଣ, ହିର୍ମାରେ ୩ ଜଣ, ଲମଟିବାହାଲରେ ୫ ଜଣ, ବୁନ୍ଦିଆ କୋଲେନୀରେ ୩ ଜଣ, ବଘରାଚକାରେ ୨ଜଣ, ଅଭୟପୁରରେ ୧, ଆରସିପି କେମ୍ପ ଜୋରାବଗାରେ ୨ ଜଣ, କୋଲାବିରାରେ ୧ ଜଣ, ସରିଆପାଲିରେ ୨, ଅଢାପରାରେ ଜଣେ କରୋନା ଆକ୍ରାନ୍ତ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨୭ ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ଜଣ ପୂର୍ବ ଆକ୍ରାନ୍ତଙ୍କ ପୁଣି ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପାଳ ଟୁଇଟ କରିଛନ୍ତି । ତେବେ ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୩ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୩୦୧ ଜଣ ସୁସ୍ଥ ହୋଇଥିବାବେଳେ ଜଣେ ପ୍ରାଣ ହରାଇଛନ୍ତି ଏବଂ ୮୧ ଜଣଙ୍କ ଚିିକିତ୍ସା ଜାରି ରହିଛି ।

Latest News