Breaking News

ଅଷ୍ଟ୍ରେଲିଆର ବୋହୂ ହେବାକୁ ଯାଉଛନ୍ତି ଜଣେ ଭାରତୀୟ ଝିଅ

Date:05-09-2019



ଏମିତି ହିଁ କିଛି ଖବରକୁ ନେେଇ ବର୍ତମାନ ସମୟର ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ବିଦେଶୀ କ୍ରିକେଟର ଭାରତୀୟ ଝିଅଙ୍କ ପ୍ରେମରେ ପଡିବା ଲିଷ୍ଟରେ, ବର୍ତମାନ ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକୱେଲଙ୍କ ନାଁ ମଧ୍ୟ ଯୋଡି ହୋଇଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଗତ ୨ ବର୍ଷ ହେଲା ଜଣେ ଭାରତୀୟ ଝିଅଙ୍କୁ ପ୍ରେମ କରୁଛନ୍ତି ମ୍ୟାକ୍ସୱେଲ ।   ଭାରତୀୟ ଝିଅ ବିନି ରମନ, ଦୀର୍ଘ ୨ ବର୍ଷ ହେଲା ମ୍ୟାକ୍ସୱେଲଙ୍କ ସହ ପ୍ରେମ ସମ୍ପର୍କରେ ରହିଛନ୍ତି । ଆଉ କୁହାଯାଉଛି, ଖୁବ ଶୀଘ୍ର ମ୍ୟାକ୍ସୱେଲଙ୍କୁ ବିବାହ କରିପାରନ୍ତି ବିନି । ଏନେଇ ସ୍ପଷ୍ଟ ଭାବେ କୌଣସି ତାରିଖ ସ୍ଥିର ହୋଇନଥିବା ବେଳେ, ଦୁହିଁଙ୍କ ବିବାହକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।  ତେବେ ଯଦି ବିନିଙ୍କୁ ମ୍ୟାକ୍ସୱେଲ ବିବାହ କରୁଛନ୍ତି, ତେବେ ଅଷ୍ଟ୍ରେଲିଆର ସନ୍ ଟେଟଙ୍କ ପରେ ସେ ଦ୍ୱିତୀୟ ଅଷ୍ଟ୍ରେଲୀୟ କ୍ରିକେଟର ହେବେ, ଯିଏକି ଜଣେ ଭାରତୀୟ ଝିଅଙ୍କୁ ଅଷ୍ଟ୍ରେଲିଆର ବୋହୂ କରିବେ । ତେବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ବିନି, ମ୍ୟାକ୍ସୱେଲଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି । କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଏକ ଆୱାର୍ଡ ସେରିମନିରେ ମଧ୍ୟ ଏହି ଦୁଇ ପ୍ରେମୀଯୁଗଳ ନଜର ଆସିଥିଲେ । ସୂଚନା ଅନୁଯାୟୀ ବିନି ବର୍ତମାନ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଫାର୍ମାଶିଷ୍ଟ ଭାବେ କାମ କରୁଛନ୍ତି । ତେବେ ଏହି ଭାରତୀୟ ଝିଅ କେବେ ଅଷ୍ଟ୍ରେଲିଆର ବୋହୂ ହେଉଛନ୍ତି, ଏବେ ତାକୁ ହିଁ ଅପେକ୍ଷା ।

Latest News