Breaking News

“ମୋସ୍କୁଲ” ଅଭିଯାନରେ ୪ ଟି ସ୍କୁଲ ପାଇଁ ୮୦ ଲକ୍ଷ ବେଦାନ୍ତ ଝାରସୁଗୁଡ଼ାର ଆର୍ôଥକ ସହାୟତା, ଜିଲ୍ଲାପାଳଙ୍କୁ ଚେକ ପ୍ରଦାନ

Date:28-04-2021



ଝାରସୁଗୁଡ଼ା, :  ଭାରତର ସର୍ବବୃହତ ଆଲୁମିନିୟମ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ଉତ୍ପାଦନ କରୁଥିବା ବେଦାନ୍ତ, ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋସ୍କୁଲ' ଅଭିଯାନ ଜରିଆରେ ଝାରସୁଗୁଡା ଜିଲ୍ଲାର ଚାରୋଟ ବିଦ୍ୟାଳୟକୁ ଆର୍ôଥକ ସହାୟତା ପ୍ରଦାନ କରିଛି ।  ପି.ଏସ୍‌ହାଇସ୍କୁଲ, କୋଲାବିରା, ସି.ଡ଼ି.ବି. ନୋଡାଲହାଇସ୍କୁଲ, ପରମାନପୁର, ବି.ଡ଼ି. ହାଇସ୍କୁଲ, ବାଘମରା ଏବଂ ଜି.ପି. ନୋଡାଲ ହାଇସ୍କୁଲ, ସମ୍ୱାସିଂହା ବିଦ୍ୟାଳୟର ନବୀକରଣ ପାଇଁକମ୍ପାନୀ ୮୦ଲକ୍ଷ ରାଶି ଯୋଗଦାନ ଦେଇଛି । ସ୍ମାର୍ଟ ହାଇସ୍କୁଲ, ଇ-ଲାଇବ୍ରେରୀ, ଆଇସିଟିଲ୍ୟାବ, ଖେଳପଡିଆ ଏବଂବଗିଚା ଇତ୍ୟାଦିର ଭିର୍ତ୍ତିଭୂମି ନିର୍ମାଣ ପାଇଁ ଉପରକ୍ତ ହାଇସ୍କୁଲ ଗୁଡିକୁ ୨୦ଲକ୍ଷ ଟଙ୍କା ଲେଖାଏଁ ରାଶି ବେଦାନ୍ତ ପକ୍ଷରୁ ପ୍ରଦାନ କରାଯିବ । ଅତିରିକ୍ତ ଭାବରେ, ମୋ ସ୍କୁଲ ଅଭିଯାନ୍ ଯୋଜନା ଅନୁଯାୟୀ, ରାଜ୍ୟର ଅନ୍ୟାନ୍ୟ ସିଏସଆର ପାଣ୍ଠିରୁ ଦୁଇଗୁଣ ରାଶିର ଯୋଗହେବ, ଯାହା ବିଦ୍ୟାଳୟରେ ଭିର୍ତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବ । ଏହି ଅବସରରେ, ବେଦାନ୍ତ ସିଇଓ ସିଏନ ସିଂ କହିଛନ୍ତି ଯେ,
ଭାରତରେ ପିଲାମାନଙ୍କର ବିକାଶ ପାଇ ଁବେଦାନ୍ତ ପ୍ରତଶୃତିିବଦ୍ଧ । ତୃଣମୂଳସ୍ତରରେ ଗ ୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆମର ହସ୍ତକ୍ଷେପ ସହିତ, ଆମେ ଏହିଅଂଚଳର ସାମାଜିକ-ଅର୍ଥନୈତିକ ଉନ୍ନତି କରିବାକୁ ଚେଷ୍ଟା କରୁଛୁ । ଆମର ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ମାଧ୍ୟମରେ, ଆମେ ସଫଳ ପିଲାମାନଙ୍କୁ ସଫଳ ନାଗରିକ ହେବାପାଇଁ ଏକ ଅନ୍ତର୍ଭୂକ୍ତ, ସୁସ୍ଥ ଏବଂ ସୃଜନଶୀଳ ପରିବେଶ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛୁ । ରାଜ୍ୟ ତଥା ଏହାର ଲୋକଙ୍କ ପାଇ ଁଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଆମେ ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ୍‌କୁ ଆମର ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବୁବୋଲି ଶ୍ରୀ ସିଂ କହିଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ବେଦାନ୍ତର ସମର୍ଥନକୁ ପ୍ରଶଂସାକରି କହିଛନ୍ତି, ମୋ ସ୍କୁଲ ଅଭିଯାନରେ ବେଦାନ୍ତର ଅବଦାନକୁ ମୁଁ ସ୍ୱାଗତକରୁଛି । ଏହାଦ୍ୱାରା ସରକାରୀ ସହାୟତା ପ୍ରାପ୍ତ ବି ଦ୍ୟାଳୟ ଗ ୁଡ଼ିକର ନବୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଛାତ୍ରମାନଙ୍କୁ ଏକ ସମୃଦ୍ଧ କ୍ୟାରିୟର ଆଡକୁ ଯାତ୍ରା କରିବାରେ ସାହାଯ୍ୟ କରିବାକ ବେଦାନ୍ତ ଅନେକ ପଦକ୍ଷେପ ନେଇଛି । ମୁଁ ନିଶ୍ଚିତ ଯେ, ବେଦାନ୍ତ ଓଡିଶାକୁ ଏକ ବିକଶିତ, ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାରେ ଅଧିକ ପଦକ୍ଷେପ ଗ୍ରହଣ କରିବବୋଲି ଶ୍ରୀ ସାମଲ କହିଛନ୍ତି । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା କହିଛନ୍ତି, ମୋ ସ୍କୁଲ ଅଭିଯାନ ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ବଡ଼ ପଦକ୍ଷେପ ହେବାକୁ ଯାଉଛି ଏବଂ ବେଦାନ୍ତ ଦ୍ୱାରା ଦିଆଯାଇଥିବା ଆର୍ôଥକ ରାଶି ଏହିପଦକ୍ଷେପକୁ ବହୁତ ଲାଭ ଯୋଗାଇବ । ପ୍ରକାଶଯୋଗ୍ୟ ଯେ, ବେଦାନ୍ତର ଶିକ୍ଷାକ୍ଷେତ୍ରରେ ସ୍ଥାନୀୟ ଅଂଚଳର ୫ହଜାର ଛାତ୍ରଛାତ୍ରୀଙ୍କୁ ପୋଷଣ ଏବଂ ସମର୍ଥନ କରିଛି । ବେଦାନ୍ତ ପକ୍ଷରୁ ବିଦ୍ୟାର୍ଥୀ ବିକାଶ ଯୋଜନା,  ଗ୍ରାମାଂଚଳର ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷାମାନକୁ ମଜବୁତ କରିବା ପାଇଁ ପ୍ରତିକାର କୋଚିଂ କ୍ଲାସ, ପ୍ରୋଜେକ୍ଟ ପ୍ରଭାବିତ ପରିବାରଗୁଡିକ ପାଇଁ ଡିଏଭି  ସ୍କଲାରସିପ୍ସ କାର୍ଯ୍ୟକ୍ରମ ମାଧ୍ୟମରେ ଇ ଂରାଜୀ ଶିକ୍ଷା ବ୍ୟବସ୍ଥା, ଯୋଗ୍ୟ ପିଲାମାନଙ୍କୁ ଆର୍ôଥକ ସହାୟତା ଏବଂ ବୃହତ୍ତସହାୟତା,  ଝାରସୁଗୁଡା ସହରର ସହଭାଗୀ ଜିଲ୍ଲା ପ୍ରଶାସନର ପାଂଚଟି ସରକାରୀ ବିଦ୍ୟାଳୟରେ, ବେଦାନ୍ତର ମିନିସାଇନ୍ସ ସେଂଟର କାର୍ଯ୍ୟକ୍ଷମ, ଗ୍ରା ମ କମ୍ପ୍ୟୁଟର ସାକ୍ଷରତାକା କାର୍ଯ୍ୟକ୍ରମ ପରି ଅନେକ କାର୍ଯ୍ୟକ୍ରମ ଶିକ୍ଷାର ବିକାଶ ପାଇଁ ବେଦାନ୍ତ ପକ୍ଷରୁ ଆରମ୍ଭ କରାଯାଇଛି । 
 

Latest News