Breaking News

ବିଶ୍ୱ ସଂଚୟ ଦିବସ ପାଳିତ

Date:31-10-2020



ବିଶ୍ୱ ସଞ୍ଚୟ ଦିବସ ଅବସରରେ ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ଲିଲି କୁମାରୀ କୁଲୁ ସଞ୍ଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେଏହି  ସଚେତନତା ରଥ ଝାରସୁଗୁଡ଼ା ,କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ ପରିକ୍ରମା କରିଥିଲା । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ରଞ୍ଜିତା ପଣ୍ଡା ଏହି ଅବସରରେ ସୁରକ୍ଷିତ ସଞ୍ଚୟର ଆବଶ୍ୟକତା ସମ୍ପର୍କରେ  ବୁଝାଇଥିଲେ । କରୋନା ପରିସ୍ଥିତିକୁ
ଦୃଷ୍ଟିରେ ରଖି ସମସ୍ତେ ସତର୍କ ରହିବାକୁ କହିଥିଲେ। ସ୍ୱଳ୍ପ ସଞ୍ଚୟର
 ବିଭିନ୍ନ ଯୋଜନା ସମ୍ପର୍କିତ ପୁସ୍ତିକା ସହ ମାସ୍କ ବଣ୍ଟନ କରାଯାଇଥିଲା। ଅଜିତ ମିଶ୍ର , ଯୁଗଳ କିଶୋର ପଟେଲ , କୈଳାସିନୀ ପଣ୍ଡା  ଓ ଲଳିତା ସିଂ ଓ ଜଗନ୍ନାଥ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Latest News