Breaking News

ପୁରୀସ୍ଥିତ ବଗଲା ଧର୍ମଶାଳା ବିକ୍ରିକୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ବିରୋଧ

Date:03-09-2020



ପୁରୀସ୍ଥିତ ବଗଲା ଧର୍ମଶାଳା ବିକ୍ରିକୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଏଥିପାଇଁ ଜିଲ୍ଲା ବିଜେପିର ସଦସ୍ୟମାନେ ବିଟିଏମସ୍ଥିତ ଜଗନ୍ନାଥ ମନ୍ଦିରରେ ଏକତ୍ରିତ ହୋଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପୁରୀ ଶ୍ରୀ କ୍ଷେତ୍ରରୁ ଆରମ୍ଭ କରିଥିବା ଅନଲାଇନ ପିଟିସନରେ ଦସ୍ତଖତ କରିଛନ୍ତି। ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ,୧୯୦୨ ମସିହାରେ କହ୍ନେୟା ଲାଲ ବଗଲା ଏକ ଧର୍ମଶାଳା ତିଆରି କରି ରାଜ୍ୟ ସରକାରଙ୍କୁ ଦାନ କରିଥିଲେ। ହେଲେ ସରକାର ଏହି ଶହେ ବର୍ଷ ପୁରୁଣା ଧର୍ମଶାଳାକୁ ସୁରକ୍ଷିତ ରଖି ଦେଶ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରିବା ପରିବର୍ତ୍ତେ ଏହାକୁ ବିକ୍ରି କରିବାକୁ ବସିଛନ୍ତି। ଏହା ଲକ୍ଷାଧିକ ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିଛି। ତେଣୁ ସରକାର ବଗଲା ଧର୍ମଶାଳା ବିକ୍ରି ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି। ସେହିପରି ଏହି ଧର୍ମଶାଳାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଦେଇଥିବା ୨୦ କୋଟି ଟଙ୍କା ବିନିଯୋଗ କରି ଦେଶ ବିଦେଶରୁ ପୁରୀକୁ ଆସୁଥିବା ଜଗନ୍ନାଥପ୍ରେମୀଙ୍କ ରହିବା ବ୍ୟବସ୍ଥା ସୁଚାରୁ ରୂପେ କରାଯାଉ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Latest News