Breaking News

ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୭୫ ୟୁନିଟ ରକ୍ତ ସଂଗୃହୀତ ସ୍ୱାସ୍ଥ୍ୟମନ୍ତ୍ରୀ, ବିିଧାୟକ କଲେ ଶୁଭାରମ୍ଭ

Date:17-08-2020



ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାରସ୍ଥିତ ସ୍ପୋର୍ଟସ୍ କମ୍ପେ୍ଲକ୍ସ ଅଡିଟୋରିୟମରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ଓଡ଼ିଶା-ମୋ ପରିବାର' କାର୍ଯ୍ୟକ୍ରମ ଅନୁକୂଲ୍ୟରେ ଏକ ରାକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କର ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ରକ୍ତଦାନ ଶିବିବରର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ରକ୍ତ ଦାନ ମହତ ଦାନ । ଏହା ଫଳରେ ଦେଶରେ ରକ୍ତଭାବ ଜନିତ ମୃତ୍ୟୁକୁ ରୋକାଯାଇ ପାରିବ । ତେଣୁ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ରକ୍ତ ଦାନ କରନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି । ସେହିପରି ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି ଆଜି ସଂଗ୍ରହ ହୋଇଥିବା ରକ୍ତ ଜିଲ୍ଲା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବ । ଏହାସହ ରକ୍ତଦାନ କରି ଏକ ଜୀବନ ବଂଚାଇବାରେ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ସେ ସମ୍ମାନିତ କିରବା ସହ ଆଗାମୀ ଦିନରେ ରକ୍ତଦାନ ଜାରି ରଖନ୍ତୁ ବୋଲି ପ୍ରୋତ୍ସାହିତ କରିଥିଲେ । ଆଜିର ରକ୍ତଦାନ ଶିବିରରେ ମୋଟ ୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତ ଭଣ୍ଡାରକୁ ପ୍ରଦାନ କରାଯାଇଛି । ଏଥିରେ ବିଜେଡ଼ିର ଦଳୀୟ କର୍ମୀଙ୍କ ସମେତ ସ୍ୱେଚ୍ଛାସେବୀମାନେ ସାମିଲ ରହି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କରୋନା କଟକଣାକୁ ଦୃଷ୍ଟିରେ ରଖି ଉପଯୁକ୍ତ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷାକରି ତଥା ମାସ୍କ ପରିଧାନ କରି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳର ପିଂଟୁ ପାଢୀ, ତ୍ରୀନାଥ ଗୋୟଲ, ସନ୍ଦୀପ ଅବସ୍ତି, ଅରବିନ୍ଦ ବାରିକ, ରବି ସିଂ, ତାପସ ରାୟ ଚୌଧୁରୀ, ମନୋରଞ୍ଜନ ମହାପାତ୍ର, ହରିଶ ଠକ୍କର, ପ୍ରଶାନ୍ତ ଜେନା, ଜୟ ପ୍ରକାଶ କୁଅଁର, ଜୟ କୁମାରୀ ପଟେଲ ପ୍ରମୁଖଙ୍କସହ ଜିଲ୍ଲା ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଝାରସୁଗୁଡା ବ୍ଲଡ ବ୍ୟାଙ୍କର କର୍ମଚରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । 

Latest News