Breaking News

ଦ୍ୱିତୀୟ ଟେଷ୍ଟ: କୋହଲି-ଅଗ୍ରୱାଲଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନରେ ଭାରତର ସ୍କୋର ୨୬୪/୫

Date:31-08-2019



 
ଓଜସ୍ଵୀ କିଙ୍ଗଷ୍ଟନ: ଅଧିନାୟକ ବିରାଟ କୋହଲି(୭୬ ରନ) ଓ ମୟଙ୍କ ଅଗ୍ରୱାଲ (୫୫ ରନ)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଶୁକ୍ରବାର ୫ଟି ୱିକେଟ ହରାଇ ୨୬୪ ରନ କରିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟେଷ୍ଟରେ ଟସ ହାରିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା । ଜମାଇକାର କିଙ୍ଗଷ୍ଟନସ୍ଥିତ ସାବିନା ପାର୍କରେ ଭାରତ ୩୨ ରନରେ ଓପନର ଲୋକେଶ ରାହୁଲ (୧୩ ରନ) ଓ ୪୬ ରନରେ ଚେତଶ୍ୱେର ପୂଜାରା (୬ ରନ)ଙ୍କୁ ହରାଇଥିଲା । 
ତୃତୀୟ ୱିକେଟରେ ବିରାଟ କୋହଲି ଓ ମୟଙ୍କ ଅଗ୍ରୱାଲ ଭଲ ବ୍ୟାଟିଂ କରିଥିଲେ । ଭାରତର ସ୍କୋର ୧୧୫ ରନରେ ମୟଙ୍କ ଅଗ୍ରୱାଲ ଅଧିନାୟକ ଜସନ ଅଗ୍ରୱାଲଙ୍କ ବଲରେ ଆଉଟ ହୋଇଥିଲେ । ପୂର୍ବରୁ ହୋଲଡରଙ୍କ ବଲରେ ଲୋକେଶ ରାହୁଲ ଆଉଟ ହୋଇ ପାଭଲିଅନ ଫେରିଥିଲେ । ୱେଷ୍ଟଇଣ୍ଡିଜର ୪ର୍ଥ ଶିକାର ହୋଇଥିଲେ ଆଜିଙ୍କ୍ୟ ରାହାଣେ (୨୪ରନ) । କେମାର ରୋଚଙ୍କ ବଲରେ ରାହାଣେ ଆଉଟ ହେବା ବେଳକୁ ଭାରତର ସ୍କୋର ୧୬୪ରେ ପହଞ୍ଚିଥିଲା । ଭାରତର ସ୍କୋର ୨୦୨ ରନରେ କୋହଲି ଆଉଟ ହୋଇଥିଲେ । ଜସନ ହୋଲଡରଙ୍କ ବଲ ହାମିଲଟନଙ୍କୁ କ୍ୟାଚ ଦେଇ କୋହଲି ଆଉଟ ହୋଇଥିଲେ । 
ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ହନୁମା ବିହାରୀ ୪୨ ରନ ଓ ଋଷଭ ପନ୍ତ ୨୭ ରନ ଯୋଡ଼ି ପଡ଼ିଆରୁ ଫେରିଥିଲେ । ୱେଷ୍ଟଇଣ୍ଡିଜ ପାଇଁ ଜସନ ହୋଲଡର ୩ଟି ୱିକେଟ ନେଇଥିବା ବେଳେ କେମାର ରୋଚ ଓ ରହକିମ କର୍ଣ୍ଣୱାଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।  

Latest News