Breaking News

ଇତିହାସ ରଚିଲେ ସିନ୍ଧୁ, ପ୍ରଥମ ଭାରତୀୟ ଭାବେ ବିଶ୍ଵ ଚମ୍ପିଆନସିପରେ ଜିତିଲେ ସ୍ଵର୍ଣ୍ଣ

Date:25-08-2019




ଇତିହାସ ରଚିଲେ ସିନ୍ଧୁ, ପ୍ରଥମ ଭାରତୀୟ ଭାବେ ବିଶ୍ଵ ଚମ୍ପିଆନସିପରେ ଜିତିଲେ ସ୍ଵର୍ଣ୍ଣ
ଓଜସ୍ଵୀ ନୂଆଦିଲ୍ଲୀ: ଅଲିମ୍ପିକ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଆଜି ବିଶ୍ଵ ଚମ୍ପିଆନସିପର ଫାଇନାଲ ଜିତି ଇତିହାସ ରଚିଛନ୍ତି। ୨୪ ବର୍ଷୀୟ ସିନ୍ଧୁ ଫାଇନାଲରେ ଜାପାନର ନୋଜୋମି ଓକୁହାରାଙ୍କୁ ମାତ୍ ଦେଇ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ବିଶ୍ଵ ଚମ୍ପିଆନସିପରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସ୍ଵିଜରଲାଣ୍ଡର ବସେଲରେ ରବିବାର ଆୟୋଜିତ ଫାଇନାଲ  ମୁକାବିଲାରେ ସେ ଚିର ପ୍ରତିଦ୍ଵନ୍ଦୀ ଜାପାନର ଓକୁହାରାଙ୍କୁ ସିଧାସଳଖ ୨୧-୭, ୨୧-୭ରେ ପରାସ୍ତ କରିଛନ୍ତି। ୩୭ ମିନିଟ୍ ଧରି ଚାଲିଥିବା ଟାଇଟଲ ମୁକାବିଲାରେ ବିଶ୍ଵର ପାଞ୍ଚ ନମ୍ବର ଖେଳାଳି ସିନ୍ଧୁ ଓକୁହାରାଙ୍କୁ ପରାସ୍ତ କରି ଏହି ଟୂର୍ଣ୍ଣାମେଣ୍ଟରେ ୨୦୧୭ରେ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛନ୍ତି।
ସିନ୍ଧୁ ଏହା ସହିତ ବିଶ୍ଵ ଚମ୍ପିଆନସିପିରେ ନିଜର ପଞ୍ଚମ ପଦକ ଜିତିଛନ୍ତି। ସିନ୍ଧୁ କ୍ରମାଗତ ତୃତୀୟ ଥର ବିଶ୍ଵ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଥିଲେ। ଗତ ଦୁଇଟି ଫାଇନାଲରେ ପରାସ୍ତ ହୋଇ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ  ହେବାକୁ ପଡ଼ିଥିଲା। ଏହା ପୂର୍ବରୁ ସିନ୍ଧୁ ୨୦୧୩ ଓ ୨୦୧୪ରେ କାଂସ୍ୟ ପଦକ ଓ ୨୦୧୭, ୨୦୧୮ରେ ରୌପ୍ୟ ପଦକ ଜିତିଥିଲେ। ମାତ୍ର ଗତ ଦୁଇ ଥର ସେ ସ୍ଵର୍ଣ୍ଣ ପଦକରୁ  ବଞ୍ଚିତ ହେଉଥିଲେ।

Latest News