Breaking News

ପ୍ରଥମ ଟେଷ୍ଟ: ୨ୟ ଦିନରେ ୱେଷ୍ଟଇଣ୍ଡିଜ ସ୍କୋର ୧୮୯ ରନ, ଈଶାନ୍ତ ଶର୍ମାଙ୍କୁ ୫ ୱିକେଟ

Date:24-08-2019




ପ୍ରଥମ ଟେଷ୍ଟ: ୨ୟ ଦିନରେ ୱେଷ୍ଟଇଣ୍ଡିଜ ସ୍କୋର ୧୮୯ ରନ, ଈଶାନ୍ତ ଶର୍ମାଙ୍କୁ ୫ ୱିକେଟ
ଆଣ୍ଟିଗୁଆ: ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଶୁକ୍ରବାର ୮ଟି ୱିକେଟ ହରାଇ ୧୮୯ ରନ ସଂଗ୍ରହ କରିଛି । ଫଳରେ ଟିମ ଭାରତ ଠାରୁ ୧୦୮ ରନ ପଛରେ ଅଛି । ୱେଷ୍ଟଇଣ୍ଡିଜର ୫ ଖେଳାଳି ଈଶାନ୍ତ ଶର୍ମାଙ୍କ ଦ୍ୱାରା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ଈଶାନ୍ତ ୧୩ ଓଭର ବୋଲିଂ କରି ମାତ୍ର ୪୨ ରନ ଦେଇଥିଲେ । ଏଥି ସହିତ ସେ ୫ଟି ୱିକେଟ ନେଇଥିଲେ । ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଆଇସିସି ଟେଷ୍ଟ ଚାମ୍ପିଅନଶିପ ଅନ୍ତର୍ଗତ ଖେଳାଯାଉଥିବା ୨ ଟେଷ୍ଟ ମ୍ୟାଚ ଶୃଙ୍ଖଲାର ପ୍ରଥମ ମୁକାବିଲା ଟସ ଜିଣି ୱେଷ୍ଟଇଣ୍ଡିଜ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା ।
ୱେଷ୍ଟଇଣ୍ଡିଜ ପାଇଁ ରୋସ୍ତାନ ଚେସ ସର୍ବାଧିକ ୪୮ ରନ କରିଥିଲେ । ସେହିଭଳି ସିମରନ ହେଟମେୟର ୩୫ ରନ, ସାଈ ହୋପ ୨୪ ରନ, ଜନ କ୍ୟାମ୍ପବେଲ ୨୩ ରନ, ଡାରେନ ବ୍ରାଭୋ ୧୮ ରନ କରି ପାଭଲିଅନ ଫେରିଥିଲେ । ଓପନର କ୍ରାଗି ବ୍ରାଥୱେଟ ମାତ୍ର ୧୪ ରନ କରି ଈଶାନ୍ତ ଶର୍ମାଙ୍କ ଦ୍ୱାରା ଆଉଟ ହୋଇଥିଲେ ।  ୱେଷ୍ଟଇଣ୍ଡିଜ ୩୬ ରନରେ ପ୍ରଥମ ୱିକେଟ ହରାଇଥିଲା । ସେହିପରି ସ୍କୋର ୪୮ ରନରେ ବ୍ରାଥୱେଟ, ୫୦ ରନରେ ଶମର ବ୍ରୁକ, ୮୮ ରନରେ ବ୍ରାଭୋ, ୧୩୦ ରନରେ ରୋସ୍ତନ, ୧୭୪ ରନରେ ହୋପ, ୧୭୯ ରନରେ ହେଟମେୟର ଓ କେମ।।ର ରୋଚ ପାଭଲିଅନ ଫେରିଥିଲେ । 
ପୂର୍ବରୁ ଭାରତ ପାଳିରେ ସମସ୍ତ ୱିକେଟ ହରାଇ ୨୯୭ ରନ ସଂଗ୍ରହ କରିଥିଲା । ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଦେଜା (୫୮ ରନ) ଭଲ ବ୍ୟାଟିଂ କରି ଭାରତ ରନ ସ୍କୋରକୁ ସମ୍ମାନଜନକ ସ୍ଥାନରେ ପହଞ୍ଚାଇଥିଲେ । ସ୍କୋର ୫ ରନ ଥିବା ବେଳେ ଓପନର ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ । ସେହିପରି ଦ୍ୱିତୀୟ ୱିକେଟ ଭାବେ ଚେତେଶ୍ୱର ପୂଜାର ପାଭଲିଅନକୁ ଫେରିଥିଲେ । ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୯ ରନ) ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନଥିଲେ । ସ୍କୋର ୨୫ ରନ ବେଳକୁ ଭାରତ ଆଗ ଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା । ମାତ୍ର ୪ର୍ଥ ୱିକେଟରେ ସ୍ଥିତି ସାମନ୍ୟ ସୁଧୁରି ଥିଲା । ଲୋକେଶ ରାହୁଲ (୪୪ ରନ) ଆଉଟ ହେବା ବେଳକୁ ଟିମର ସ୍କୋର ୯୪ ପହଞ୍ଚିଥିଲା । ସ୍କୋର ୧୭୫ ରନରେ ୱେଷ୍ଟଇଣ୍ଡିଜର ୫ମ ଶିକାର ହୋଇଥିଲେ ହନୁମା ବିହାରୀ (୩୨ ରନ) ଓ ସ୍କୋର ୧୮୯ ରନରେ ଆଜିଙ୍କ୍ୟ ରାହାଣେ (୮୧ ରନ) ଆଉଟ ହୋଇଥିଲେ । 

Latest News