Breaking News

୨୩କୋଟି ଟଙ୍କାର ମାଛ ଧରିବା ପରେ ବି ଏହି ବ୍ୟକ୍ତି ତାକୁ ପୁଣିଥରେ ସମୁଦ୍ରରେ କାହିଁକି ଛାଡ଼ି ଦେଇଥିଲେ ଜାଣନ୍ତୁ

Date:29-09-2019



ଓଜସ୍ଵୀ ସ୍ପେଶାଲ: ଆଇଲ୍ୟାଣ୍ଡ ତଟରେ ଜଣେ ବ୍ୟକ୍ତି ୮.୫ଫୁଟର ଏକ ବିଶାଳ ବ୍ଲୁଫିନ୍‌ ଟୁନା ମାଛ ଧରିଥିଲେ। ଯାହାର ମୂଲ୍ୟ ୨୩କୋଟି ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ଏତେ ମୂଲ୍ୟବାନ ମାଛକୁ ଧରିବା ପରେ ସେ ତାହାକୁ ସମୁଦ୍ରରେ ଛାଡ଼ି ଦେଇଥିଲେ।େଓ୍ଵଷ୍ଟ କାର୍କ ଚାର୍ଟସ୍‌ର ଡେଭ ଏଡଓ୍ଵଡର୍ସ ଓ ତାଙ୍କ ଟିମ୍‌ର ସଦସ୍ୟ ଏହି ବ୍ଲୁଫିନ୍‌ ଟୁନା ମାଛକୁ ଧରିଥିଲେ। ଚଳିତବର୍ଷ ଧରା ଯାଇଥିବା ମାଛ ମଧ୍ୟରୁ ଏହା ସବୁଠାରୁ ବିଶାଳକାୟ ମାଛ ଥିଲା ବୋଲି କୁହାଯାଉଛି। ଏହି ମାଛର ଜାପାନ ମୂଲ୍ୟ ପାଖାପାଖି ୩ମିଲିୟନ ୟୁରୋ (୨୩କୋଟି ଟଙ୍କା) ହୋଇପାରେ ବୋଲି ଅନୁମାନ କରାଯାଉଛି।ତେବେ ସମସ୍ତେ ବ୍ୟବସାୟ ପାଇଁ ମାଛ ଧରି ନଥାଆନ୍ତି ବୋଲି ଡେଭ କହନ୍ତି। ତେଣୁ ଏହି ମାଛଟି ଯେତେବେଳେ ଫାସରେ ପଡ଼ିଥିଲା ଖୁସିରେ ତାକୁ ବୋଟକୁ ଆଣିଥିଲେ। ବୋଟରେ ତାର ଓଜନ ମାପିବା ସହିତ ମୂଲ୍ୟ ବି ଆକଳନ କରିଥିଲେ। ମାଛଟି ଏତେ ମୂଲ୍ୟବାନ ଜାଣିବା ପରେ ବି ସେ ପୁଣିଥରେ ତାକୁ ସମୁଦ୍ରରେ ଛାଡ଼ି ଦେଇଥିଲେ।

Latest News