Breaking News

୭ ବର୍ଷ ବୟସରେ ବନାଇଲେ ସିକ୍ସ ପ୍ୟାକ, ବୃସ ଲିଙ୍କୁ ମନେ ପକାଇଦେଲେ

Date:21-08-2019




ମାର୍ଶାଲ ଆର୍ଟ କଥା ଉଥଲେ ସର୍ବପ୍ରଥମେ ଆମ ମନରେ ବୃସ ଲି ଙ୍କ କଥା ଆସିଥାଏ । ସେ ଯେଉଁଭଳି ଭାବେ ମାର୍ଶାଲ ଆର୍ଟ କରିଥାନ୍ତି ଏହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଥାଏ । ନିଜର ଏହି ଅଦ୍ଭୁତ ପ୍ରତିଭା ପାଇଁ ବୃସ ଲି ସାରା ବିଶ୍ଵରେ ପରିଚିତ । ଏଭଳିକି କୁହାଯାଇଥାଏ ଯେ ବୃସ ଲି ଙ୍କ ଭଳି ଦ୍ଵିତୀୟ ବ୍ୟକ୍ତି ସାରା ବିଶ୍ଵରେ ବି କେହି ନାହାନ୍ତି । କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ବାଳକର ଭିଡିଓକୁ ଖୁବ ପସନ୍ଦ କରାଯାଉଛି ଯେଉଁଥିରେ ସେହି ବାଳକଟି ବୃସ ଲି ଭଳି ସ୍ପିଡ଼ ଏବଂ କ୍ଷୀପ୍ରତା ରଖିଛି ।
ଖାସ କଥା ଏହା ଯେ ଏହି ବାଳକର ବୟସ ମାତ୍ର ୭ ବର୍ଷ । କିନ୍ତୁ ଏତେ କମ ବୟସରେ ମଧ୍ୟ ସେ ସିକ୍ସ ପ୍ୟାକ ବନାଇଛି । ବର୍ତ୍ତମାନ ଏହି ବାଳକକୁ ଲୋକମାନେ ଦ୍ଵିତୀୟ ବୃସ ଲି କହିବା ଆରମ୍ଭ କରିଦେଇଛନ୍ତି । ଏହି ପିଲାର ନାମ ରିୟୁଜି ଈମାଇ ଅଟେ ଏବଂ ସେ ଜାପାନର ଅଟେ । ଏହି ପିଲାଟି ବୃସ ଲି ଙ୍କର ଏକ ବଡ ଫ୍ୟାନ ଅଟେ ଏବଂ ସେ ତାଙ୍କର ଷ୍ଟଣ୍ଟକୁ ଅବିକଳ ଭାବେ ନକଲ କରିଥାଏ । ବର୍ତ୍ତମାନ ସେ ସୋସିଆଲ ମିଡିଆରେ ବହୁତ ଫେମସ ଅଟେ ଏବଂ ତାର ଫେସବୁକ ଓ ଇନଷ୍ଟାଗ୍ରାମରେ ଅନେକ ଫଲୋଅର୍ସ ଅଛନ୍ତି ।ରିୟୁଜିଙ୍କ ବାପା କୁହନ୍ତି ମାତ୍ର ଏକ ବର୍ଷ ବୟସରୁ ସେ ବୃସ ଲିଙ୍କ ଫିଲ୍ମ ଦେଖିବା ଆରମ୍ଭ କରିଦେଇଥିଲା ଏବଂ ତିନି ବର୍ଷ ବେଳକୁ ସେ ଏଥିରେ ସମ୍ପୂର୍ଣ ଭାବେ ଦକ୍ଷ ଥିଲା । ରିୟୁଜି ପ୍ରତିଦିନ ୩ ଘଣ୍ଟା ବହୁତ ହାର୍ଡ ଟ୍ରେନିଂ କରିଥାନ୍ତି ଓ ସ୍କୁଲରୁ ଫେରି ପ୍ରତିଦିନ ଏକ ଘଣ୍ଟା ଲେଖାଏଁ ଦୌଡ଼ି ଥାନ୍ତି । ତାର ଟ୍ରେନିଂରେ ତାର ବାପା ମା ତାକୁ ସାହାଯ୍ୟ କରିଥାନ୍ତି । ରିୟୁଜିକୁ ଲୋକମାନେ ଜାପାନର ପରବର୍ତ୍ତୀ ମହାନ ମାର୍ଶାଲ ଆର୍ଟିଷ୍ଟ ବୋଲି କହୁଛନ୍ତି । କିନ୍ତୁ ଏହା ସତ ଯେ ଏହି ବାଳକର ମୁଭସ୍ ଆଶ୍ଚର୍ଯ୍ୟକର ଅଟେ ।

Latest News