Breaking News

ଜୟରାମ ରମେଶଙ୍କ ପରେ ମୋଦୀଙ୍କୁ କଂଗ୍ରେସ ନେତା ଅଭିଷେକଙ୍କ ପ୍ରଶଂସା, ସରକାରଙ୍କ ଅନେକ ଭ

Date:23-08-2019




ଜୟରାମ ରମେଶଙ୍କ ପରେ ମୋଦୀଙ୍କୁ କଂଗ୍ରେସ ନେତା ଅଭିଷେକଙ୍କ ପ୍ରଶଂସା, ସରକାରଙ୍କ ଅନେକ ଭଲ ଯୋଜନା ରହିଛି
ଓଜସ୍ଵୀ ନୂଆଦିଲ୍ଲୀ:କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଙ୍ଘବୀ ନିଜ ଦଳର ନେତା ଜୟରାମ ରମେଶଙ୍କ ସମର୍ଥନରେ ବାହାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖଳନାୟକ ଭାବେ ଦର୍ଶାଯିବାକୁ ସେ ନାପସନ୍ଦ କରିବା ସହ ଏହା କରିବା ଦ୍ୱାରା ବିରୋଧୀଙ୍କୁ କ୍ଷତି ହେଉଛି ବୋଲି ସେ କହିଛନ୍ତି ।
ସିଙ୍ଘବୀ କହିଛନ୍ତି, ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ତାଙ୍କୁ ଖଳନାୟକ ଭାବେ ଦର୍ଶାଯିବା ଭୁଲ ଅଟେ । ଏହା ସେ ସଦାବେଳେ କହି ଆସିଛନ୍ତି । ଏପରି କରିବା ଦ୍ୱାରା ବିରୋଧୀ ପରୋକ୍ଷ ଭାବେ ତାଙ୍କୁ ସାହାଯ୍ୟ କରୁଛି । କାର୍ଯ୍ୟ ସର୍ବଦା ଭଲ, ଖରାପ କିମ୍ବା ଚଳନୀୟ ହୋଇଥାଏ । କାମର ମୂଲ୍ୟାଙ୍କନ ବ୍ୟକ୍ତି ନୁହେଁ ପ୍ରସଙ୍ଗ ଆଧାରରେ କରିବା ଉଚିତ । ସରକାର ବହୁତ ଭଲ ଯୋଜନା ଜାରି କରିଛନ୍ତି । ଉଜ୍ଜଳା ଯୋଜନା ହେଉଛି ସରକାରଙ୍କ ଭଲ କାମ ମଧ୍ୟରୁ ଅନ୍ୟତମ ।
ସୂଚନାଯୋଗ୍ୟ କି, ଗତ ବୁଧବାର ଦିନ ଜୟରାମ ରମେଶ ରାଜନୈତିକ ବିଶ୍ଲେଷକ କପିଲ ସତିଶ କୋମୀରେଡ୍ଡିଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୋଦୀଙ୍କ ଶାସନ ମଡେଲ ନକରାତ୍ମକ ନୁହେଁ ବୋଲି କହିଥିଲେ । ଏହାସହ ତାଙ୍କ କାମକୁ ସଦାବେଳେ ଅସ୍ୱିକାର କରିବା ଓ ତାଙ୍କୁ ଖଳନାୟକ ଭାବେ ଦର୍ଶାଇଲେ କିଛି ଫାଇଦା ହେବ ନାହିଁ ବୋଲି କହିଥିଲେ ।
ସେ ଆହୁରି କହିଥିଲେ, ମୋଦୀ ୨୦୧୪ରୁ ୨୦୧୯ ମଧ୍ୟରେ ଯାହା କରିଛନ୍ତି ତାହାର ମହତ୍ୱକୁ ବୁଝିବାକୁ ହେବ । ଯଦ୍ୱାରା ସେ ପୁଣି ସରକାରକୁ ଫେରିଛନ୍ତି । ଦେଶର ୩୦ ପ୍ରତିଶତ ମତଦାତା ତାଙ୍କୁ ଶାସନ ଭାର ଦେଇଛନ୍ତି ।

Latest News