Breaking News

ବିଶ୍ୱର ସବୁଠାରୁ ବଡ ଦଳ,୧୪.୭୮ କୋଟିରେ ପହଞ୍ଚି, ସଦସ୍ୟତା ଅଭିଯାନ ଶେଷ କଲା ବିଜେପି

Date:21-08-2019




ଓଜସ୍ଵୀ ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପରେ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ ସଫଳତାର ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଜୁଲାଇ 6ରୁ ଆରମ୍ଭ ହୋଇଥିବା ବିଜେପିର ସଦସ୍ୟତା ଅଭିଯାନରେ ପ୍ରାୟ 3 କୋଟି ନୂତନ ସଦସ୍ୟ ମାମିଲ ହୋଇଛନ୍ତି । ଏହାପରେ ବିଶ୍ୱର ସବୁଠାରୁ ବଡ ଦଳ ବିଜେପିର ସଦସ୍ୟ ସଂଖ୍ୟା ଏବେ 14.78 କୋଟି ପାର କରିଛି । 
ବିଜେପି ଆରମ୍ଭ କରିଥିବା ସଦସ୍ୟତା ଅଭିଯାନରେ 3,78,67,753 କୋଟି ନୂଆ ସଦସ୍ୟ  ଗେରୁଆ ଗଡରେ ସାମିଲ ହୋଇଛନ୍ତି । ଜୁଲାଇ 6ରେ ଆରମ୍ଭ ହୋଇଥିବା ବିଜେପିର ସଦସ୍ୟତା ଅଭିଯାନ ଅଗଷ୍ଟ 20ରେ ଶେଷ ହୋଇଛି । ଏନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ବିଜେପିର ସଦସ୍ୟ ସଂଖ୍ୟା 14,78,67,753 କୋଟିରେ ପହଞ୍ଚିଛି । 
ଦେଢ ମାସ ଧରି ଚାଲିଥିବା ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ଉତ୍ତର ପ୍ରଦେଶରୁ ପ୍ରାୟ 55 ଲକ୍ଷ ଏବଂ ଦିଲ୍ଲୀରୁ 15 ଲକ୍ଷ ଜଣ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ସରିଥିବା ଲୋକସଭା ନିର୍ବାଚନ ପରେ ବିଜେପି ନିଜର ସଦସ୍ୟ ସଂଖ୍ୟା ଦ୍ୱିଗୁଣ କରିବା ଲକ୍ଷ୍ୟରେ ଏହି ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ଅଭିଯାନରେ ବିଜେପି ପ୍ରାୟ 4 କୋଟି ନୂଆ ସଦସ୍ୟଙ୍କୁ ଦଳରେ ସାମିଲ କରିବାର ଲକ୍ଷ୍ୟ ହାସଲ କରିପାରେ । ପୂର୍ବରୁ ବିଜେପି ଦୁଇ କୋଟି ନୂତନ ସଦସ୍ୟଙ୍କୁ ଦଳରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିଲା ।  

Latest News