Breaking News

ପି.ଚିଦାମ୍ୱରମଙ୍କୁ ବିଜେପିର ଟାର୍ଗେଟ,

Date:21-08-2019




ପି.ଚିଦାମ୍ୱରମଙ୍କୁ ବିଜେପିର ଟାର୍ଗେଟ, ମାଲ୍ୟା ଏବଂ ନୀରବ ମୋଦୀ ପରି କାହିଁକି ଲୁଚୁଛନ୍ତି
ଓଜସ୍ଵୀ ନୂଆଦିଲ୍ଲୀ:ଭ୍ରଷ୍ଟାଚାର ମାମଲାରେ ଅଗ୍ରୀମ ଜାମିନ ନ ମିଳିବା ପରେ ନିଖୋଜ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ୱରମଙ୍କୁ ନେଇ ରାଜନୀତ ଉଷ୍ଣ ହେବାରେ ଲାଗିଛି । ସିବିଆଇ ଏବଂ ଇଡିର ଲୁକଆଉଟ ନୋଟିସକୁ କଂଗ୍ରେସ ରାଜନୈତିକ ଷଡଯନ୍ତ୍ର କହିଥିବା ବେଳେ ବିଜେପି ଚିଦାମ୍ୱରମଙ୍କୁ ବିଜୟ ମାଲ୍ୟା ଏବଂ ନୀରବ ମୋଦୀ ପରି ପଳାତକଙ୍କ ସହ ତୁଳନା କରିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଚିଦାମ୍ୱରମ ତଦନ୍ତକାରୀ ସଂସ୍ଥା ଗୁଡିକୁ ସହଯୋଗ କରିବା ବଦଳରେ ପଳାତକ ବିଜୟ ମାଲ୍ୟା ଏବଂ ନୀରବ ମୋଦୀ ପରି କାମ କରୁଛନ୍ତି । 
ବିଜେପି ମୁଖପାତ୍ର ଜିଭିଏଲ ନରସିଂହ ରାଓ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅଗ୍ରୀମ ଜାମିନ ପାଇଁ ତତ୍କାଳ ଶୁଣାଣିକୁ ମନାକରିବା ପରେ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି । ରାଓ କହିଛନ୍ତି, ଗାନ୍ଧୀ ପରିବାର ପି.ଚିଦାମ୍ୱରମଙ୍କୁ ଆଇଏନଏକ୍ସ ମାମଲାରେ ଏହି ସବୁ କରିବାକୁ ଫ୍ରି ହେଣ୍ଡ ଯୋଗାଇଥିଲା । ଚିଦାମ୍ୱରମ ମାଲ୍ୟ ଏବଂ ନୀରବ ମୋଦୀ ପରି କାମ କରୁଛନ୍ତି । କେହି ବଞ୍ଚିବେନି । 
ସେହିପରି ବିଜେପିର ଅନ୍ୟ ଜଣେ ମୁଖପାତ୍ର ଶାହନବାଜ ହୁସେନ କହିଛନ୍ତି,ଯଦି ଚିଦାମ୍ୱରମ କିଛି ଭୁଲ କରିଛନ୍ତି ତେବେ ଏହାର ପରିଣାମ ଭୋଗିବାକୁ ସେ ପ୍ରସ୍ତୁତ ରୁହିବା ଦରକାର । ତଦନ୍ତକାରୀ ସଂସ୍ଥା ଗୁଡିକ ସରକାରଙ୍କ ନିର୍ଦ୍ଦେଶରେ କିଛି କରୁ ନାହାନ୍ତି । ସେମାନଙ୍କ ପାଖରେ କାମ କରିବା ପାଇଁ ସ୍ୱତନ୍ତ୍ର ଅଧିକାର ରହିଛି । 

Latest News