Breaking News

କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ବିବାଦରେ ପରିଣତ କରା ନ ଯାଉ: ଜୟଶଙ୍କର

Date:12-08-2019




ବେଜିଂ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁଙ୍କୁ ସାକ୍ଷାତ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।
୩ ଦିନିଆ ଚାଇନା ଗସ୍ତରେ ଯାଇଥିବା ଶ୍ରୀ ଜୟଶଙ୍କର ଏହି ସମୟରେ କୌଣସି ଦ୍ୱିପାକ୍ଷିକ ମତଭେଦକୁ ଅନ୍ତର୍ଜାତୀୟ ବିବାଦରେ ପରିଣତ ନ କରାଯାଉ ବୋଲି ବେଜିଂକୁ ପରାମର୍ଶ ଦେଇଛନ୍ତି। କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଉପରେ ଚାଇନା ନଜର ରଖିଛି।
ଖାଲି ସେତିକି ନୁହେଁ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁ ବୋଲି ଚାଇନା ପକ୍ଷରୁ ଏସ୍‌ ଜୟଶଙ୍କରଙ୍କୁ କୁହାଯାଇଛି।
ଗସ୍ତ ସମୟରେ ଏସ୍‌ ଜୟଶଙ୍କର ଚାଇନାର ଉସଭାପତି ତଥା ରାଷ୍ଟ୍ରପତି ସି ଜିନପିଙ୍ଗର ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ ୱାଙ୍ଗ କ୍ୟୁଶାନଙ୍କୁ ମଧ୍ୟ ଭେଟିଛନ୍ତି। ଏହାପରେ ସେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଅଗଷ୍ଟ ୯ରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୂରେଶୀ ଚାଇନା ଗସ୍ତ କରିଥିଲେ।

Latest News