Breaking News

ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସର ମାନସ ମନ୍ଥନ, ପ୍ରାର୍ଥୀ ଚୟନ ନେଇ ଆଲୋଚନା !

Date:08-08-2019




ଓଜସ୍ଵୀ ଭୁବନେଶ୍ୱର: ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସର ମାନସ ମନ୍ଥନ । କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରାଯାଇଛି । ଏନେଇ ଏକ ୯ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କମିଟିର ଅଧ୍ୟକ୍ଷ ଅଛନ୍ତି । ଏହି କମିଟି ବ୍ଲକ ସ୍ତରରେ ସଂଗଠନ ସ୍ଥିତିକୁ ମଜଭୁତ କରିବା ଦିଗରେ କାମ କରିବ । ଗୋଟିଏ ମାସ ପରେ ରିପୋର୍ଟ ପିସିସି ସଭାପତିଙ୍କୁ ଦେବ । ଏହାସହ ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିବେ ।

Latest News