Breaking News

ବିବାଦୀୟ ପୋଷ୍ଟର ନେଇ ମୁହଁ ଖୋଲିଲେ ପପୁ

Date:18-08-2019




ଓଜସ୍ଵୀ ଭୁବନେଶ୍ୱର: କିଛି ଦିନ ପୂର୍ବରୁ ଓଡିଆ ହାସ୍ୟ ଅଭିନେତା ପପୁ ପମପମଙ୍କ ଫିଲ୍ମ କହ୍ନେୟାର ପୋଷ୍ଟର ରିଲିଜ ହୋଇଥିଲା । ଏହି ପୋଷ୍ଟରରେ ପପୁ ୭ଜଣ ଯୁବତୀଙ୍କ ସହ ନଜରରେ ଆସିଥିଲେ । ଏହି ଯୁବତୀମାନଙ୍କୁ ୭ଟି ଦଉଡିରେ ବନ୍ଧା ଯାଇଛି ଏବଂ ସମସ୍ତ ଦଉଡି ପପୁଙ୍କ ହାତରେ ରହିଛି । ଫଳରେ ସୋସିଆଲ ମିଡିଆରେ ଦର୍ଶକମାନେ କଡା ସମାଲୋଚନା କରିଥିଲେ । ଏହା ନାରୀଙ୍କ ପ୍ରତି ଅସମ୍ମାନ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା କରାଯାଉଛି । ଏହି ଘଟଣାରେ ଏବେ ପପୁ ମୁହଁ ଖୋଲିଛନ୍ତି । ସେକହିଛନ୍ତି କି, ପୋଷ୍ଟର ସମ୍ପର୍କରେ ତାଙ୍କୁ କିଛି ଜଣା ନାହିଁ । 
ବିବାଦୀୟ ଫିଲ୍ମ ପୋଷ୍ଟର ନେଇ ପପୁ ପମପମ୍ କହିଛନ୍ତି କି, ଚର୍ଚ୍ଚିତ ପୋଷ୍ଟର ମୋ କନସେପ୍ଟ ନୁହେଁ । ମୁଁ ଭୁଲ କରି ନାହିଁ । ବାହାରେ କିଏ ପୋଷ୍ଟର କରିଛନ୍ତି ଜାଣିନି, ଏଥିପାଇଁ ମୁଁ ଉତ୍ତରଦାୟୀ ନୁହେଁ । ପ୍ରଡ୍ୟୁସରଙ୍କୁ ମଧ୍ୟ ପଚାରିଛି, ଏହା ପ୍ରଡକ୍ସନ ତରଫରୁ ହୋଇ ନାହିଁ । ଯିଏ କରିଛି ତାକୁ ଖୋଜି ବାହାର କରାଯାଉ ବୋଲି ସୋସିଆଲ ମିଡିଆରେ ଭିଡିଓ ଛାଡି ସଫେଇ ଦେଲେ ପପୁ । 
ସେହି ସମୟରେ ଭୁବନେଶ୍ୱର ଡିସିପି ଅନୁପ ସାହୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ବିବାଦୀୟ ପୋଷ୍ଟରର ତଦନ୍ତ ହେବ । ଫିଲ୍ମର ପ୍ରଡକ୍ସନ ହାଉସ ନାଁରେ ମାମଲା ରୁଜୁ ହୋଇଛି । ପ୍ରଡକ୍ସନ ହାଉସକୁ ଡାକି ପ୍ରାଥମିକ ଭାବରେ ପଚରାଉଚୁରା କରାଯିବ । ଏଥିପାଇଁ ପ୍ରଡକ୍ସନ ହାଉସକୁ ନୋଟିସ କରାଯିବ । ପୋଷ୍ଟରଟି କିଏ ପ୍ରକାଶ କରିଛି, ତାହାର ତଦନ୍ତ ହେବ । ସୁଟିଂ ସେଟରୁ ହୋଇଛି ନା ଆଉ କିଏ କରିଛି ତାହା ଅନୁଧ୍ୟାନ କରାଯିବ । ଆବଶ୍ୟକ ପଡିଲେ ପୋଷ୍ଟରରେ ଥିବା ଅଭିନେତା, ଅଭିନେତ୍ରୀଙ୍କୁ ଡକାଯିବ । 

Latest News