Breaking News

ଝିଅକୁ ହତ୍ୟା କରି ଟିଭି ଅଭିନେତ୍ରୀ କଲେ ଆତ୍ମହତ୍ୟା : ଜାଣନ୍ତୁ କାହିଁକି?

Date:10-08-2019




ଥାଣେର କଲଓ୍ବାରେ ରହୁଥିବା ଜଣେ ଟିଭି ଅଭିନେତ୍ରୀ ନିଜ ୧୭ବର୍ଷ ବୟସ୍କା ଝିଅକୁ ହତ୍ୟା କରି ନିଜେ ମଧ୍ୟ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଟିଭି ଅଭିନେତ୍ରୀ ପ୍ରଜ୍ଞା ପାରକର (୪୦) ନିଜ ସ୍ବାମୀ ପ୍ରଶାନ୍ତ ପାରକର ଏବଂ ଝିଅ ଶ୍ରୃତିଙ୍କ ସହ ମନି​ଷା ନଗରର ଗୌରୀ ସୁମନ ଆପାର୍ଟମେଣ୍ଟରେ ରହୁଥିଲେ। ପ୍ରଜ୍ଞା ପାରକର ଛୋଟ ମୋଟ ମରାଠୀ ଟିଭି ଧାରାବାହିକରେ  ଏବଂ ନାଟକରେ କାମ କରୁଥିଲେ। ପ୍ରଶାନ୍ତ ପାରକର ଘରୋଇ ଏକ୍ସପୋର୍ଟ ଇମପୋର୍ଟ କମ୍ପାନୀରେ କାର୍ଯ୍ୟରତ ଥିଲେ। ଶ୍ରୃତି ଦ୍ବାଦଶରେ ପଢ଼ୁଥିଲେ। ପ୍ରତିଦିନ ଭଳି ଗତକାଲି ସକାଳ ୭:୩୦ରେ ପ୍ରଶାନ୍ତ ଜିମ୍ ଯାଇଥିଲେ। ୯:୩୦ରେ ଯେତେବେଳେ ସେ ଘରକୁ ଫେରିଥିଲେ ସେତେବେଳେ ଘରର କବାଟ ଦୀର୍ଘ ସମୟ ଯାଏଁ କେହି ଖୋଲିନଥିଲେ। ଚାବି କରୁଥିବା ଲୋକଙ୍କୁ ଡାକିବାରୁ ସେମାନେ ଆସି କବାଟ ଖୋଲିଥିଲେ। ଏହାପରେ ସେ ଭିତରେ ଯାଇ ଦେଖିଥିଲେ ଯେ ପତ୍ନୀ ଏବଂ ଝିଅର ଶବ ପଡ଼ିଛି।
ପୋଲିସ୍ ଅନୁଯାୟୀ ପ୍ରଥମେ ପ୍ରଜ୍ଞା ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲେ ଏହା ପରେ ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ପ୍ରଜ୍ଞାଙ୍କୁ କିଛି ଦିନ ହେବ ଧାରାବାହିକରେ କାମ ମିଳୁନଥିଲା ଯେଉଁଥିପାଇଁ ସେ ମାନସିକ ଅବସାଦରେ ରହୁଥିଲେ। ପ୍ରଶାନ୍ତଙ୍କ ଚାକିରୀ ଚାଲିଯାଇଥିଲା ଯାହା ଦ୍ବାରା ପରିବାରରେ ଅଶାନ୍ତିର ବାତାବରଣ ଥିଲା।

Latest News