Breaking News

ରାନୁ ବଲିଉଡର ହୀମେଶ ରେଶମୀୟାଙ୍କ ସହିତ ରେକର୍ଡ କରିବେ ନିଜର ପ୍ରଥମ ଗୀତ

Date:23-08-2019




ରାତାରାତି ଷ୍ଟାର ବନିଥିବା ରାନୁ ବଲିଉଡର ହୀମେଶ ରେଶମୀୟାଙ୍କ ସହିତ ରେକର୍ଡ କରିବେ ନିଜର ପ୍ରଥମ ଗୀତ

ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହେ’ ଗାଇ ରାତାରାତି ଷ୍ଟାର ବନିଥିବାଂ ରାନୁ ମଣ୍ଡଳଙ୍କ ଜୀବନ ଏବେ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଗଲାଣି। ମେକଓଭର ପରେ ଏବେ ତାଙ୍କ ପାଖକୁ ବଡ-ବଡ ଅଫର୍ସର ଲମ୍ବା ଲାଇନ୍‌ ଲାଗିଛି।
ଟ୍ରେନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଛି। ସେ ଟ୍ରେନରେ ଗୀତ ଗାଉଥିବା ବେଳେ କେହି ଜଣେ ତାଙ୍କର ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ। ସେୟାର କରିବାର ମାତ୍ର କିଛ ସମୟ ମଧ୍ୟରେ ସେ ଲୋକପ୍ରିୟ ହୋଇଯାଇଥିଲେ। ଏହାପରେ ବଦଳିଯାଇଥିଲା ତାଙ୍କର ଭାଗ୍ୟ।
ଏବେ ରାନୁ ବଲିଉଡର ସବୁଠାରୁ ଲୋକପ୍ରିୟ ସିଙ୍ଗର ହିମେଶ ରେସମିୟାଙ୍କ ସହିତ ନିଜର ପ୍ରଥମ ରେକଡିଂ ଆରମ୍ଭ କରିଛନ୍ତି। ହିମେସ ରେସମିୟା ନିଜର ନୂଆ ଫିଲ୍ମରେ ରାନୁଙ୍କୁ ଗୀତ ଗାଇବା ପାଇଁ ଅଫର ଦେଇଛନ୍ତି। ଏହାର ଭିଡିଓ ସେ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।ରାନୁଙ୍କର ରେକର୍ଡଂ କରିବା ସମୟରେ ମଧ୍ୟ ଭିଡିଓ ହିମେସ ରେସମିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ରାନୁ ମଣ୍ଡଳ ହିମେଶ ରେସମିଆଙ୍କ ସହିତ ଷ୍ଟୁଡିଓ ରେ ଛିଡା ହୋଇ ଗୀତ ରେକର୍ଡ କରୁଥିବାର ଦେଖିବାକୁ ମିଳୁଛି।
ରାନୁ ଶୀଘ୍ର ରିୟଲିଟୀ ଶୋ ସୁପରଷ୍ଟାର ସିଙ୍ଗର ନାମକ ଶୋରେ ନଜର ଆସିବେ। ଏଥିରେ ସେ ହିମେଶ ରେସମିଆ ଏବଂ ଜଜଙ୍କ ସହିତ ଶୋରେ ଭାଗ ନେଇଥିବା ପିଲାଙ୍କ ସହିତ ମଧ୍ୟ ଭେଟିବେ।
ହିମେଶ କହିଛନ୍ତି ଯେ ସଲମାନ ଭାଇଙ୍କ ବାପା ସଲୀମ ଅଙ୍କଲ ଥରେ ମୋତେ ପରାମର୍ଶ ଦେଇଥିଲେ ଯେ ଯେତେବେଳେ ତୁମେ ଜୀବନରେ କୌଣସି ପ୍ରତିଭାବାନ ମଣିଷଙ୍କ ସହିତ ଭେଟିବ ତେବେ ତାଙ୍କୁ କେବେବି ଯିବାକୁ ଦେବନି। ସେ ମୋତେ ଏହା ମଧ୍ୟ କହିଥିଲେ ଯେ ସେହି ମଣିଷଙ୍କୁ ନିଜର ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ସାହାଯ୍ୟ କର।

Latest News