Breaking News

ଇନ୍ଦିରା ଗାନ୍ଧୀଙ୍କ ହତ୍ଯା ଦିବସ ଓ ସରଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳିତ

Date:31-10-2020



ଝାରସୁଗୁଡା ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଭାରତ ରତ୍ନ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ଯା ଦିବସ ଓ ଭାରତ ରତ୍ନ ଲୌହମାନବ ସରଦାର ବଲ୍ଲଭଭାଇ ଫଟେଲଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ସମସ୍ତ କଂଗ୍ରେସ କର୍ମୀ କଂଗ୍ରେସକୁ ତିବ୍ର ଗତିରେ ଆଗକୁ ନେବା, ଝାରସୁଗୁଡା ଗଢ଼କୁ ସୁରକ୍ଷିତ ରଖିବା ପାଇଁ ସପଥ ନେଇଥିଲେ। ଏହି ସଭାରେ ଜିଲ୍ଲା ସଭାପତି ଭରତ ଅୱସ୍ତି, ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ମହେନ୍ଦ୍ର ନାଏକ,ସିଆରାମ ଦାସ, ଫକୀର ନାଏକ, ପ୍ରଶାନ୍ତ ତ୍ରିପାଠୀ, ସଞ୍ଜୟ ମହାପାତ୍ର, ଶାହାରୁଖ ଖାନ, ମନିସ ବାଚପେଇ, ସମ୍ବିଦ ପଟେଲ, ନିରାକାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Latest News