Breaking News

କେନ୍ଦ୍ର ସରକାର ସଦ୍ୟ ପାରିତ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦସ୍ତଖତ ଅଭିଯାନ

Date:18-10-2020



ଝାରସୁଗୁଡା ଜିଲ୍ଲା କଂଗ୍ରେସର ଏକ ସାଧାରଣ ବୈଠକ ସ୍ୱତନ୍ତ୍ର ଜିଲ୍ଲା କମିଟିର ସଭାପତି ମହେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା।ଏ ଆଇ ସି ସି ଓ ପି ସି ସି ର ନିର୍ଦ୍ଦେଶ କ୍ରମେ ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କୁ ତିନି ଗୋଟି କଳା ଆଇନ ଯଥା ଚାଷୀ ଉତ୍ପାଦର ବାଣିଜ୍ୟ କାରବାର(ପ୍ରୋତ୍ସାହନ ଓ ସୁଗମିକରଣ) ଆଇନ, କୃଷକ(ସଶକ୍ତୀକରଣ ଓ ସୁରକ୍ଷା) ଦର ପ୍ରତିଶୃତି ରାଜିନାମା ଓ କୃଷି ସେବା ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ଆଇନର ପ୍ରତ୍ୟାହାର ପାଇଁ ବୁଥ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ ସମର୍ଥକଙ୍କର ଦସ୍ତଖତରେ ସ୍ମାରକପତ୍ର ଦେବାପାଇଁ ନିଷ୍ପତ୍ତି ହୋଇ ଦସ୍ତଖତ ଅଭିଯାନ ଆରମ୍ଭ ହେଲା। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ଜିଲ୍ଲା ବାସୀଙ୍କୁ ପ୍ରଶାସନ ପ୍ରତାରଣା କରୁଥିବା ସ୍ୱଷ୍ଟ ବାରି ହେଉଥିବାରୁ ପ୍ରଶାସନ ସହିତ ଏହି ବାବଦରେ କଥାବାର୍ତ୍ତା କରିବା ପାଇଁ ଜିଲ୍ଲାପାଳଙ୍କୁ ସମୟ ମଗାଯାଇଛି। ବେଦାନ୍ତର ଜନଶୁଣାଣୀ ଉପରେ ମାନ୍ୟବର ଉଚ୍ଚନ୍ୟାୟାଳୟ/ ପି ଆଇ ଏଲ ଉପରେ ଦେଇଥିବା ଆଦେଶକୁ ଜିଲ୍ଲା ପ୍ରଶାସନ ଠିକ ଭାବରେ ତର୍ଜମା ନକରି ପ୍ରାୟ ୧୦ ଗୋଟି ସ୍ୱଚ୍ଛାସେବି ସଂଗଠନଙ୍କ ଗୁହାରିକୁ ଗ୍ରହଣ କରାଯାଇନାହିଁ। ଏହି ସବୁ ଉପରେ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲା କଂଗ୍ରେସ ପଖ୍ୟରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ। ଉକ୍ତ ସଭାରେ ଭରତ ଅୱସ୍ତି, ସିଆରାମ ଦାସ, ନିଖିଳ ଘୋଷ, ଫକୀର ନାଏକ, ସଞ୍ଜୟ ମହାପାତ୍ର, ଫକୀର କିସାନ, ଶାହାରୁଖ ଖାନ, ରାହୁଲ ଠାକୁର, ତ୍ରିଲୋଚନ ଡନସନା,ଚିକୁ ଗାନ୍ଧୀ, ବିକ୍ରମ ମେହେର, ଗଙ୍ଗାଧର ଭୁଏ ଓ ସୁନିଲ ଖଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।

Latest News