Breaking News

ଝାରସୁଗୁଡ଼ା ଜିଲ୍ଲାର ଲଇକେରା,କିର୍ମିରା ଓ ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଳକକୁ ଶିଘ୍ର ଟିପିଏସ୍ ବ୍ଳକ ଘୋଷଣା କରାଯାଉ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପକ୍ଷରୁ ଲକ୍ଷେ ଟଙ୍କା ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ

Date:05-09-2020



ଝାରସୁଗୁଡ଼ା ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓଡ଼ିଶା ପ୍ରଦେଶ ପକ୍ଷରୁ ମହାମାରି କରୋନା ଓ ଗତ ବନ୍ୟାରେ ପ୍ରଭାବିତ ହୋଇଥିବା ପରିବାରଙ୍କ ସହାୟତା ଉଦ୍ଦେଶ୍ୟରେ ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଲକ୍ଷେ ଟଙ୍କାର ଏକ ବ୍ୟାଙ୍କ ଡ୍ରା‘୍ ଉତରାଚଂଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା,କିର୍ମିରା ବ୍ଳକ ଓ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକକୁ ଶିଘ୍ର ଟିପିଏସ୍  ବ୍ଳକ ଘୋଷଣା କରିବା ପାଇଁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବ୍ଳକ ମାନଙ୍କର ଆଦିବାସୀମାନେ ବହୁ ଦିନରୁ ଦାବି କରି ଆସୁଥିଲେ ମ୍ମ ସରକାର ଏ ପର୍ଯ୍ୟନ୍ତ ଏହି ବ୍ଳକ ମାନଙ୍କୁ ଟିପିଏସ୍ ବ୍ଳକ ଭାବରେ ଘୋଷଣା କରି ନାହାନ୍ତି । ଗୋଟିଏ ବ୍ଳକରେ ୫୦ ପ୍ରତିଶତରୁ ଉର୍ଦ୍ଧ ଆଦିବାସୀ ବସବାସ କରୁଥିଲେ ସରକାରଙ୍କ ନିୟମ ଅନୁଯାୟୀ ସେ ବ୍ଳକଟି ଟିପିଏସ୍ ବ୍ଳକ ଭାବରେ ଘୋଷଣା ହେବା କଥା । ୨୦୧୧ ଜନଗଣନା ଅନୁଯାୟୀ ଉପରୋକ୍ତ ପ୍ରତି ବ୍ଳକରେ ୫୦ ପ୍ରତିଶତରୁ ଉର୍ଦ୍ଧ ଆଦିବାସୀ ବସବାସ କରୁଛନ୍ତି । ଏହି ବାବଦରେ ଗତ ୨୮/୬/୨୦୧୮ ତାରିଖ ଦିନ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ଅନୁସୂଚିତ ଜନଜାତି ଉପଦେଷ୍ଟା କମିଟିରେ ଅନୁମୋଦିତ ହୋଇଛି ଓ ଏହି ବିଷୟରେ ଭାରତ ସରକାରଙ୍କୁ ଏକ ବିଧିବଦ୍ଧ ପ୍ରସ୍ତାବ ଦେଇଛନ୍ତି । ଇତି ମଧ୍ୟରେ ଦିର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ଅଚଂଳର ଆଦିବାସୀ ମାନେ ତାଙ୍କର ହକ୍‌ରୁ ବଂଚିତ ଅଛନ୍ତି ।
 

ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଦାବି ଜଣାଉଅଛି ଯେ ରାଜ୍ୟ ସରକାର ଏ ବିଷୟରେ ହସ୍ତକ୍ଷେପ କରି ଆଦିବାସୀ ମାନଙ୍କର ହକ୍ ଦେବାର ବ୍ୟବସ୍ଥା କରନ୍ତୁ । ଏଥିରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓଡ଼ିଶା ପ୍ରଦେଶ ସଭାପତି ମହେନ୍ଦ୍ର ନାଏକ,ମହାସଚିବ ପ୍ୟାରୀମୋହନ ନାଏକ,ମିନକେତନ ମାଝୀ,ଚୁଡ଼ାମଣୀ ଧୁରୁଆ, ଜିଲ୍ଲ୍‌ା ସଭାପତି ଶିବ ପ୍ରସାଦ ଗଡ଼ନାୟକ କଟକ ଜିଲ୍ଲା,ଗୋବିନ୍ଦ ଚନ୍ଦ୍ର ଭୋଇ ସୁନ୍ଦରଗଡ଼ ଜିଲ୍ଲା, ଜନାର୍ଦ୍ଧନ ନାୟକ କେନ୍ଦୁଝର ଜିଲ୍ଲା, ଶ୍ୟାମସୁନ୍ଦର ଭୋଇ ବଲାଙ୍ଗିର ଜିଲ୍ଲା,ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର କାଲୋ ସମ୍ବଲପୁର ଜିଲ୍ଲା, ଜଗନ୍ନାଥ ଭୋଇ ସୋନପୁର ଜିଲ୍ଲା,ଉପସଭାପତି ଗୌରହରି ନାୟକ ମୟୁରଭଞ୍ଜ ଜିଲ୍ଲା, ମହାସଚିବ ଅରୁଣ କୁମାର ନାୟକ କଟକ ଜିଲ୍ଲା, ରାମଚନ୍ଦ୍ର ଧୁରୁଆ ବଲାଙ୍ଗିର ଜିଲ୍ଲା, ମହେଶ୍ୱର ନାୟକ ମୟୁରଭଞ୍ଜ ଜିଲ୍ଲା,ଉପଦେଷ୍ଟା ଫକିର ଚରଣ ନାୟକ ଝାରସୁଗୁଡ଼ା ଜିଲ୍ଲା, ସୌଦାଗର କୁଅଁର ବରରଡ଼ ଜିଲ୍ଲା ସଦାଶିବ ନାୟକ ଅନୁଗୁଳ ଜିଲ୍ଲା, ସଦସ୍ୟ ପ୍ରଫୁଲ୍ଲ ମହାପାତ୍ର କେନ୍ଦୁଝର ଜିଲ୍ଲା କମିଟି, ଏଡଭାଇଜର ମଧୂସୁଦନ ପ୍ରଧାନ ସମ୍ବଲପୁର ଜିଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ । 

Latest News