Breaking News

ଅଟଳଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି

Date:17-08-2020



ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜେପେଇଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକିରେ ଜିଲ୍ଲା ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଜିଲ୍ଲା ବିଜେପିର କର୍ମକର୍ତ୍ତାମାନେ ଅଟଳଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟା ଅର୍ପଣ କରିବାସହ ଦେଶ ପ୍ରତି ତାଙ୍କର ଅବଦାନକୁ ମନେ ପକାଇଛନ୍ତି । ଏହି ଅବସରରେ ସେମାନେ କହିଛନ୍ତି ବାଜପେୟୀ ଦେଶର ଉନ୍ନତି ପାଇଁ କରିଥିବା କାର୍ଯ୍ୟ ଚିର ସ୍ମରଣୀୟ । ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରି ପ୍ରତ୍ୟେକ ଦେଶବାସୀଙ୍କୁ ଏକ ଉନ୍ନତମାନର ଜୀବନ ଶୈଳୀ ପ୍ରଦାନ କରିବାର ଲକ୍ଷ ବାଜପେଇ ରଖିଥିଲେ । ତାଙ୍କର ଏହି ଲକ୍ଷକୁ ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ପୂରଣ କରିବା ପାଇଁ ପ୍ରୟାସ ଜାରି ରଖିଛି । ବାଜପେୟୀଙ୍କ ଭାରତୀୟ ରାଜନିତୀରେ ଏକ ବିରାଟ କ୍ଷତି । ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ଭାରତୀୟ ଜନତା ପାର୍ଟିରେ ତାଙ୍କର ଅବଦାନ ପାଇଁ ସେ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି । ଝାରସୁଗୁଡା ଟାଉନ ବିଜେପି ସଭାପତି ନେତାଜୀ ପଟ୍ଟନାୟକ, ପୱନ ଥିରାନୀ, ପୁରୁଷୋତ୍ତମ ଥିରାନୀ, ଅଶୋକ କେଡିଆ, ରାଜେଶ ପଟେଲ, ଶ୍ଲୋକ ସରନ, ବିକାଶ ନନକାନୀ, ରାଜେଶ ୟୋଗୀ, ଦିପକ ଦାସ, ଆନନ୍ଦ ଗୋୟଲ, ଚିତ୍ତରଂଜନ ପାତ୍ର ପ୍ରମୁଖଙ୍କ ସହ ବିଜେପି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
 

Latest News