Breaking News

ଓପିଜିସିରେ 74ତମ ସ୍ୱାଧୀନତା ଦିବସ ପାଳିତ

Date:16-08-2020



ଇବ ଥର୍ମାଲ ପରିସରରେ 74ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି . ସ୍ଥାନୀୟ ରାଜୀବ ଗାନ୍ଧୀ ପଡିଆରେ ଓପିଜିସିର ଡିରେକ୍ଟର (ଅପେରସନ ) ଶ୍ରୀ ଆଲୋକ ମୁଖାର୍ଜୀ  ପୂର୍ବାହ୍ନ 9.00 ଘଟିକା ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ. କୋଭିଡ ମହାମାରୀ କୁ ଦୃଷ୍ଟି ରେ ରଖି ସାମାଜିକ ଦୂରତ୍ୱ ପାଳନ ସହିତ କେବଳ 10 ଜଣଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା .

ଏହି ଅବସରରେ କୋଭିଡ ଯୋଦ୍ଧା ମାନଙ୍କୁ ପୁରସ୍କୃତ କରାଯାଇଥିଲା . କୋଭିଡ଼ ଯୋଦ୍ଧା ମାନଙ୍କ ତରଫରୁ ମୁଖ୍ୟ ଚିକତ୍ସା ଅଧିକାରୀ ଡ଼ା . ବିଜୟଲାଲ ବିଶ୍ୱାଳ ପୁରସ୍କାର ଗ୍ରହଣ କରିଥିଲେ . ଏହାଛଡା ଡ଼ିଏଭି ପବ୍ଲିକ ସ୍କୁଲ ଏବଂ ଡ଼ିଏଭି ହାଇସ୍କୁଲ ର କୃତି ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା . ବିଦ୍ୟାର୍ଥୀ ମାନଙ୍କ ତରଫରୁ ଓପିଜିସି ମାନବ ସମ୍ବଳ ମୁଖ୍ୟ ପ୍ରଦୀପ ପାତ୍ର ଡିରେକ୍ଟର (ଅପେରସନ ) ଶ୍ରୀ ଆଲୋକ ମୁଖାର୍ଜୀଙ୍କ ଠାରୁ ପୁରସ୍କାର  ଗ୍ରହଣ କରିଥିଲେ .

ଡିରେକ୍ଟର (ଅପେରସନ ) ଶ୍ରୀ ଆଲୋକ ମୁଖାର୍ଜୀ ତାଙ୍କ ଉଦବୋଧନ ରେ ବୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିଥିଲେ . ଏହି କରୋନା ମହାମାରୀ କାଳ ରେ ସମସ୍ତ ନୀତି ନିୟମ ପାଳନ କରି ସାମାଜିକ ଦୂରତ୍ୱ ବଜାୟ ରଖିଥିବାରୁ ସେ ଓପିଜିସି ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ତଥା ତାଙ୍କ ପରିବାର ସଦସ୍ୟମାନଙ୍କର ଭୁୟସୀ ପ୍ରଶଂସା କରିଥିଲେ .

ଇବ ଥର୍ମାଲ ପରିସର ସ୍ଥିତ ଅନ୍ୟ ସ୍ଥାନ ଯଥା ଅଫିସର କ୍ଲବ ଏବଂ ପ୍ଲାଣ୍ଟ ପରିସର ରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା .

Latest News