Breaking News

ନୂଆ ଖାଇ ରେ ସଟଡାଉନ ନ କରିବାକୁ ଦାବୀ ପତ୍ର

Date:10-08-2020



 ଝାରସୁଗୁଡା ର ପ୍ରତିଷ୍ଠିତ ବ୍ୟକ୍ତି ଜିଲ୍ଲାପାଳଙ୍କ ସହିତ ଭେଟ ହୋଇ ଆସନ୍ତା ଅଗଷ୍ଟ ୨୩ ତାରିଖରେ ନୂଆଖାଇ ପର୍ଵ ପଡ଼ୁଥିବାରୁ ସାପ୍ତାହନ୍ତ ରବିବାର ସଟ ଡାଉନ କୋହଳ କରିବା ପାଇଁ ଗୋଟିଏ ପତ୍ର ଦେଇ ଅନୁରୋଧ କରିଥିଲେ । ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣ ପର୍ଵ ଥିବାରୁ ସେଦିନ ପନିପରିବା , ମିଠା , ବିଭିନ୍ନ ପୂଜା ସାମଗ୍ରୀ ଦରକାର ପଡିଥାଏ । ଲୋକ ମାନେ ନିଜ ଘରେ ରହି ନୂଆ ଖାଇଥାନ୍ତି ତେଣୁ କୌଣସି ପ୍ରକାର କୋଭିଡ ଆଇନ ଉଲ୍ଲଘଂନ ହେବ ନାହିଁ । ଜିଲ୍ଲାପାଳ ଝାରସୁଗୁଡା ବାସୀ ଙ୍କ ଅନୁରୋଧ କୁ ଗୁରୁତ୍ୱ ଦେଇ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ନୂଆଖାଇ ଓ ସ୍ୱାଧୀନତା ଦିବସ ରେ ସଟ ଡାଉନ କୋହଳ କରିବେ ବୋଲି ।
ଏହି ଅବସରରେ ଝାରସୁଗୁଡା ବାସୀଙ୍କ ତରଫରୁ ଶ୍ରୀ ପିଣ୍ଟୁ ପାଢ଼ୀ, ଟହଲୁ ସାହୁ, ଏସ ଏକ ସୁଭନୀଳ ବିକ୍ରମ ମହାପାତ୍ର ପ୍ରଭୁତି ଜିଲ୍ଲାପାଳ ଙ୍କୁ ଭେଟି ଥିଲେ ।

Latest News