Breaking News

୭ ଦିନରେ ୪ ଲକ୍ଷରୁ ଉର୍ଦ୍ଧ ଫାଇନ ଆଦାୟ

Date:01-08-2020



୭ ଦିନରେ ୪ ଲକ୍ଷରୁ ଉର୍ଦ୍ଧ ଫାଇନ ଆଦାୟ
ଝାରସୁଗୁଡ଼ା : କରୋନା କଟକଣା ଉଲଙ୍ଘନ କରିଥିବା ଅମାନିଆଙ୍କଠାରୁ ଗତ ୭ ଦିନରେ ଝାରସୁଗୁଡା ପୁଲିସ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଫାଇନ ଆଦାୟ କରିଛି । ମାସ୍କ ନ ପିନ୍ଧି ବାହାକୁ ଆସିଥିବା ଲୋକଙ୍କ ଠାରୁ ୪ ଲକ୍ଷ ୧୪ ହଜାର ୨୫୦ ଟଙ୍କା ଆଦାୟ କରିଥିବାବେଳେ ଏମ ଭିଏକ୍ଟ ଉଲଙ୍ଘନ କରିଥିବା ଲୋକଙ୍କଠାରୁ ୨୨ ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି । ତେବେ ଅଗଷ୍ଟ ପହିଲାରୁ କୋଭିଡ ନିୟମ ଉଲଙ୍ଘନକାରୀଙ୍କ ପ୍ରତି ଫାଇନ ଆଦାୟକୁ ଆହୁରି କଡାକଡି କରାଯିବା । ରାଜ୍ୟ ସରକାରଙ୍କ ନୁଆ ଗାଇଡା ଲାଇନ ଅନୁସାରେ ମାସ୍କ ନ ପିନ୍ଧି ଘରୁ ବାହାରିଲେ ୧ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଫାଇନ, ଦୋକାନ ତଥା ବ୍ୟବସାୟିକ ପ୍ରତିଷ୍ଠାନ ସାମାଜିକ ଦୂରତା ରକ୍ଷା ନ କଲେ ପ୍ରତିଷ୍ଠାନ ସିଲ କରିବାସହ ୧୦ ହଜାର ପର୍ଯ୍ୟନ୍ତ ଫାଇନ କରାଯିବ ବୋଲି ଜିଲ୍ଲା ପୁଲି ପକ୍ଷରୁ ଜଣା ପଡିଛି ।
 ସେହିପରି କରୋନା ସଂକ୍ରମଣକୁ ରୋକିବାରେ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ସର୍ବ ସାଧାରଣରେ ଛେପ ନ ପକାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସରକାରଙ୍କ ସମସ୍ତ ଗାଇଡ ଲାଇନକୁ ପାଳନ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି । 
 

Latest News