Breaking News

ଚଳିତ ବର୍ଷ ଝାରସୁଗୁଡାରେ ମାଟ୍ରିକ ପରୀକ୍ଷାରେ ୭୭.୨୦ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ

Date:29-07-2020



ଝାରସୁଗୁଡା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହିବର୍ଷ ଝାରସୁଗୁଡା ଜିଲ୍ଲାରେ ପାସ ହାର ୭୭.୨୦ ରହିଛି । ଚଳିତ ବର୍ଷ ଜିଲ୍ଲାରେ ୧୧୭ଟି ସ୍କୁଲର ମୋଟ ୬ ହଜାର ୫ଶହ ୭୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨ ହଜାର ୧ଶହ ୬୬ ଜଣ ଛାତ୍ର ଓ ୨ ହଜାର ୭ଶହ ୭୭ ଛାତ୍ରୀ ଉର୍ତ୍ତିର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଏ୧ ଗ୍ରେଡ ୨ ଜଣ, ଏ୨ ଗ୍ରେଡ ୫୪ ଜଣ, ବି୧ ଗ୍ରେଡ୧୬୭ ଜଣ, ବି୨ ଗ୍ରେଡ ୩୩୫ ଜଣ, ସି ଗ୍ରେଡ ୬୦୯ ଜଣ, ଡି ଗ୍ରେଡ ୧ହଜାର ୯୮ ଜଣ ଓ ଇ ଗ୍ରେଡ ୨ ହଜାର ୬ଶହ ୭୮ ଜଣ ରଖିଛନ୍ତି । ଅନ୍ୟପଟେ ୧ ହଜାର ୪ଶହ ୬୬ ଫେଲ ହୋଇଛନ୍ତି । ତେବେ ଚଳିତ ବର୍ଷ ରେଜଲ୍ଟକୁ ନେଇ ଜିଲ୍ଲାର କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କୁ ବହୁତ କମ ମାର୍କ ପ୍ରଦାନ କରାଯାଇଛି ବୋଲି କହିଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡାଙ୍କୁ ପଚାରିବାରୁ କହିଛନ୍ତି ଯେଉଁ ଛାତ୍ରଛାତ୍ରୀମାନେ କୌଣସି ତୃଟି ଯୋଗୁଁ ତାଙ୍କର ମାର୍କ କମ ଆସିଛି ବୋଲି ଭାବୁଛନ୍ତି ସେମାନେ ନିଜ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକଙ୍କ ସହୟତାରେ ରିଚେକିଂ ଓ ଖାତର ଜେରକ୍ସ କପି ପାଇଁ ଆବେଦନ କରି ପାରିବେ । ଫଳରେ ଛାତ୍ରଛାତ୍ରୀମାନଙ୍କ ଖାତକୁ ପୁନଃ ଯାଂଚ କରାଯାଇ ସେମାନଙ୍କୁ ଉପଯୁକ୍ତ ମାର୍କ ପ୍ରଦାନ କରାଯାଇ ପାରିବ ।

Latest News