Breaking News

କନ୍‌ଟେନ୍‌ମେଣ୍ଟ ଜୋନରେ ଖାଦ୍ୟ ଯୋଗାଇଲେ ସମାଜସେବୀ

Date:18-07-2020


ଓଜସ୍ୱି ନ୍ୟୁ୍‌ଜ:- ଝାରସୁଗୁଡା କନ୍‌ଟେନ୍‌ମେଣ୍ଟ ଜୋନରେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି । ତେଣୁ ଲୋକେ ଖାଉଟୀ ସାମଗ୍ରୀ କିଣିବା ପାଇଁ ମଧ୍ୟ ଘରୁ ଗୋଡ କାଢି ପାରୁ ନାହାନ୍ତି । ଏହିପରି ଅବସ୍ଥା ଝାରସୁଗୁଡା ପୌରାଂଚଳର ୱାର୍ଡ ନମ୍ବର ୧୦ କନ୍‌ଟେନ୍‌ମେଣ୍ଟ ଜୋନରେ ଦେଖିବାକୁ ମିଳିଛି । ଏଠାରେ ଆଜି କିଛି ଲୋକଙ୍କ ଘରେ ଖାଇବା ସାମଗ୍ରୀ ଶେଷ ହୋଇଯାଇଥିବାବେଳେ ସେମାନେ ଖାଉଟି ସାମଗ୍ରୀ କିଣିବା ପାଇଁ ଘରୁ ଗୋଡ କାଢି ପାରି ନଥିଲେ । 

ଲୋକଙ୍କ ଏହି ଅସହାୟ ଅବସ୍ଥା ବିଷୟରେ ସମାଜସେବୀ ପିଣ୍ଟୁ ପାଢୀଙ୍କ ଅବଗତ ହେଲା ପରେ ବେଦାନ୍ତ ସିଏସଆର ଅଧିକାରୀଙ୍କୁ ଯୋଗାଯୋଗ କରି ଲୋକଙ୍କୁ ଖାଉଟୀ ସାମଗ୍ରୀ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ । ବେଦାନ୍ତ ପକ୍ଷରୁ ତୁରନ୍ତ କନ୍‌ଟେନ୍‌ମେଣ୍ଟ ଜୋନରେ ଥିବା ପ୍ରତ୍ୟେକ ପରିବାରକୁ ଖାଉଟୀ ସାମଗ୍ରୀ ଯୋଗାଇ ଦିଆଯାଇଛି । 

Latest News