Breaking News

ଝାରସୁଗୁଡ଼ାର ବନ୍ଧବାହାଲରେ କାର୍ଯ୍ୟକ୍ଷମ ହେବ କୋଭିଡ ହେଲ୍‌ଥ ସେଣ୍ଟର

Date:17-07-2020


ଝାରସୁଗୁଡା ଜିଲ୍ଲା ବନ୍ଧବାହାଲରେ ଖୁବ ଶୀଘ୍ର ଏକ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହେଲ୍‌ଥ ସେଣ୍ଟର କାର୍ଯ୍ୟକ୍ଷମ ହେବ । ଏନେଇ ଆଜି ଏମସିଏଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଛି । ଏହି ହେଲ୍‌ଥ ସେଣ୍ଟରର ପ୍ରତ୍ୟେକ ଶଯ୍ୟା ନିକଟରେ ଅମ୍ଲଜାନ ସିଲିଣ୍ଡର ରହିବ । ପ୍ରଥମ ପର୍ଯ୍ୟାୟରେ ଏମସିଏଲର ୫ ଜଣ ସୁଦକ୍ଷ ଡାକ୍ତର ଚିକିତ୍ସାସେବା ଯୋଗାଇବେ, ସାନିଟାଇଜେସନ, ହାଉସକିପିଇଙ୍ଗ ଆଦି କାର୍ଯ୍ୟ ଏମସିଏଲ ପକ୍ଷରୁ କରାଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି । ସେହିପରି ଏମସିଏଲ ଡାଇରେକ୍ଟର ପର୍ସନାଲ କୋଶବ ରାଓ କହିଛନ୍ତି ଏମସିଏଲ ଝାରସୁଗୁଡାବାସୀଙ୍କୁ କରୋନା ପରି ମହାମାରି ସମୟରେ ସେବା ଯୋଗାଇବା ପାଇଁ ପ୍ରୟାସ କରିଛି । ଏଥିପାଇଁ ଲଖନପୁର ବନ୍ଧବାହାଲରେ ଥିବା ଏମସିଏଲ ହସ୍ପିଟାଲକୁ କୋଭିଡ ହୋଲ୍‌ଥ ସେଣ୍ଟରରେ ପରିବର୍ତ୍ତନ କରାଯାଉଛି । ଏଠାରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ ମାଗଣାରେ ଚିକିତ୍ସା ସେବା ପ୍ରଦାନ କରାଯିବ । ଏହି ଚିକିତ୍ସା ଖର୍ଚ୍ଚ ଏମସିଏଲ ନିଜର ସିଏସଆର ପାଣ୍ଠିରୁ ବହନ କରିବ ବୋଲି ଶ୍ରୀ ରାଓ କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ଜିଲ୍ଲାରେ ୧୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଓ ୮ଟି ସ୍ଥାନରେ ୩୨୦ ଶଯ୍ୟାର କୋଭିଡ କେୟାର ସେଣ୍ଟର ରହିଛି ।

Latest News