Breaking News

ଥାନାରେ ତିନିଜଣ ଭଉଣୀଙ୍କୁ ବିବସ୍ତ୍ର କରି ନିର୍ଯାତନା ଦେଇଥିଲା ପୁଲିସ

Date:19-09-2019


ଓଜସ୍ଵୀ ବ୍ୟୁରୋ: ଆସାମର ଦାରଙ୍ଗ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପୁଲିସ ଷ୍ଟେସନ୍‌ ଭିତରେ ଜଣେ ଅନ୍ତସତ୍ତ୍ୱା ମହିଳା ଓ ତାଙ୍କ ଦୁଇ ଭଉଣୀଙ୍କୁ ବିବସ୍ତ୍ର କରି ନିର୍ଯାତନା ଦିଆଯିବା ଅଭିଯୋଗ ହୋଇଛି। ପୁଲିସ ଅଧିକାରୀ ଅନ୍ତସତ୍ତ୍ୱା ମହିଳାଙ୍କ ପେଟରେ ଲାତ ମାରିବା ହେତୁ ତାଙ୍କ ଗର୍ଭନଷ୍ଟ ହୋଇ ରକ୍ତସ୍ରାବ ବି ହୋଇଥିଲା। ଏହି ଘଟଣା ସେପ୍ଟେମ୍ବର ୮ରେ ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି।ସୂଚନାଯୋଗ୍ୟ, ଦାରଙ୍ଗ ଜିଲ୍ଲା ପୁଲିସ ଅପହରଣ ମାମଲାରେ ସେପ୍ଟେମ୍ବର ୮ ତାରିଖ ରାତିରେ ଗୋହ୍ଵାଟିର ସିକ୍ସମାଇଲ ଅଞ୍ଚଳରେ ବସବାସ କରୁଥିବା ତିନିଜଣ ଭଉଣୀଙ୍କୁ ଉଠାଇ ବୁରହା ପୁଲିସ ଥାନାକୁ ନେଇ ଆସିଥିଲା।ସେପ୍ଟେମ୍ବର ୧୦ ତାରିଖରେ ଦାରଙ୍ଗ ଜିଲ୍ଲାର ପୁଲିସ ଅଧୀକ୍ଷକଙ୍କ ନିକଟରେ ରୁଜୁ ହୋଇଥିବା ମାମଲାରେ ପୀଡିତା ଅଭିଯୋଗ କରି କହିଛନ୍ତି, ତିନିଜଣ ଭଉଣୀଙ୍କୁ  ଘରୁ ଉଠାଇ ବୁରହା ପୁଲିସ ଥାନାକୁ ଅଣା ଯାଇଥିଲା। ଥାନାରେ ପୂରା ରାତି ଶାରୀରିକ ନିର୍ଯାତନା ଦିଆଯାଇଥିଲା। କେବଳ ଏତିକି ନୁହେଁ, ତିନିଜଣଙ୍କୁ ବିବସ୍ତ୍ର ବି କରାଯାଇଥିଲା। ବନ୍ଧୁକ ଦେଖାଇ ଏନେଇ କୌଣସି ଅଭିଯୋଗ ନ କରିବାକୁ ବି ପୁଲିସ ଅଧିକାରୀ ଧମକ ବି ଦେଇଥିଲେ।ଏହି ମାମଲାରେ ଆସାମ ପୁଲିସ ଦୁଇଜଣ ପୁଲିସକର୍ମଚାରୀଙ୍କୁ ନିଲମ୍ବନ କରିବା ସହିତ ଯାଞ୍ଚ ଆରମ୍ଭ କରିଛନ୍ତି।

Latest News