Breaking News

ପୁଣି କମିଲା ସୁନା ଓ ରୁପାର ଦାମ : ନୂଆ ଦର ଜାଣନ୍ତୁ

Date:19-09-2019


ଓଜସ୍ଵୀ ନୂଆଦିଲ୍ଲୀ: ଟଙ୍କା ମଜଭୁତ ହେବାରୁ ଏବଂ କଞ୍ଚା ତେଲର ଦାମରେ କମ ହେବା କାରଣରୁ ଘରୋଇ ବଜାରରେ ସୁନାର ଦାମ କ୍ରମାଗତଭାବେ ଦ୍ୱିତୀୟ ଦିନ କମ ହୋଇଥିବା ପରିଲକ୍ଷିତ ହୋଇଛି। ଦିଲ୍ଲୀରେ ବୁଧବାରଦିନ ୧୦ ଗ୍ରାମ ପ୍ରତି ସୁନାର ଦାମରେ ୨୧୫ ଟଙ୍କା ହ୍ରାସ ପାଇ ୩୮,୬୭୬ ଟଙ୍କା ହୋଇଥିବା ବେଳେ ରୁପାର ଦର ମଧ୍ୟ ବୁଧବାରଦିନ ୭୭୦ ଟଙ୍କା ପ୍ରତି କିଲୋଗ୍ରାମ କମ ହୋଇ ୪୭,୬୯୦ ଟଙ୍କା ପ୍ରତି କିଲୋ ହୋଇଛି। ବୁଧବାରଦିନ କ୍ରୁଡ କଞ୍ଚା ତେଲର ରେଟ୍ କମିବା କାରଣରୁ ଟଙ୍କା ମଜଭୁତ ହୋଇଛି। ଦୁଇ ଦିନରେ ସୁନା ୩୬୫ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଛି। ମଙ୍ଗଳବାରଦିନ ସୁନା ୧୫୦ ଟଙ୍କା ପ୍ରତି ୧୦ ଗ୍ରାମ କମ ହୋଇଥିବା ବେଳେ ବୁଧବାର ଦିନ ଏହାର ମୂଲ୍ୟ ୨୧୫ ଟଙ୍କା ଖସିଛି।

Latest News