Breaking News

ଲାଇବେରିୟାର ଏକ ସ୍କୁଲରେ ଭୟାବହ ଅଗ୍ନିକାଣ୍ଡ, ୨୬ ଶିଶୁଙ୍କ ମୃତ୍ୟୁ

Date:18-09-2019


ଓଜସ୍ଵୀ : ଲାଇବେରିୟାରେ  ଏକ ସ୍କୁଲରେ  ଭୟାବହ ଅଗ୍ନିକାଣ୍ଡ।  ଲାଇବେରିୟାର ରାଜଧାନୀ ମେନରୋବିୟା ନିକଟରେ ଏକ ସ୍କୁଲରେ ନିଆଁ ଲାଗି ୨୬ ଶିଶୁଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଏହା ସହ ଏହି ଦୁର୍ଘଟଣାରେ ଦୁଇ ଶିକ୍ଷକଙ୍କ ମୃତ୍ୟୁ ଘଟିଛି।ଘଟଣାରେ ଅନେକ ଶିଶୁ  ଆହତ ହୋଇଥିବାର ଜଣା ପଡିଛି।  ଆପତ୍ତକାଳୀନ ସେବା ଅଧିକାରୀମାନେ  ରାଷ୍ଟ୍ରପତି ଜଜ୍ ବିହଙ୍କୁ ୨୮ ଲୋକଙ୍କ ମୃତ୍ୟୁର  ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ମୁଖପାତ୍ର ସେଲେ କେଲ୍ଗବୋହେ ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଜଜ୍ ବିହ ଘଟଣାକୁ ଗୁରୁତର ସହ ନେଇଛନ୍ତି। ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Latest News