Breaking News

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜମ୍ମୁ-କାଶ୍ମୀର ରାଜ୍ୟପାଳ, କହିଲେ କେନ୍ଦ୍ରକୁ ଯାହା ମାଗିବ ତାହା ମିଳିବ

Date:16-09-2019


ଓଜସ୍ଵୀ ବ୍ୟୁରୋ: ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ କାଶ୍ମୀର ସ୍ଥିତି ବାବଦରେ ଜଣାଇଥିଲେ । ଏହାସହ ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାବଦରେ ଚର୍ଚ୍ଚା ହୋଇଥିଲା ।

ଏଠାରେ କହିରଖୁଛୁ ଯେ, କଠୁଆରେ ରାଜ୍ୟପାଳ ସତ୍ୟପାଲ ମଲିକ ଜିଏମସି କଠୁଆର ଉଦଘାଟନ ସମାରୋହରେ ରାଜ୍ୟର ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଦିଲ୍ଲୀକୁ ଯାହା ମାଗିବ ତାହା ମିଳିବ । ଏପରି କୌଣସୀ ଜିନିଷ ନାହିଁ ଯାହା ପ୍ରଧାନମନ୍ତ୍ରୀ ପ୍ରଦାନ କରିପାରିବେ ନାହିଁ ।

ରାଜ୍ୟପାଳ କହିଥିଲେ ଯେ, ଯଦି କେନ୍ଦ୍ର ଶାସିତ ଅଂଚଳ ଘୋଷଣା ହେବା ପରେ ଯେଉଁ ମାନଙ୍କୁ ଲାଗୁଛି ସେମାନେ ଅଧିକ ପାଇବା ପାଇଁ ଚେଷ୍ଟା କରନ୍ତୁ । କେନ୍ଦ୍ର ସରକାର ହାତ ଖୋଲି ଦେବାକୁ ପ୍ରସ୍ତୁତ ଅଛନ୍ତି । ଜମ୍ମୁ-କାଶ୍ମୀରରେ ବିକାଶ ଦ୍ରୁତ ଗତିରେ ଆଗୋଉଛି । ଏଠାରେ ମେଡିକାଲ କଲେଜ ଇଦଘାଟନ କରିବା ବେଳେ ମନ୍ଦିର ଉଦଘାଟନ ହେଲା ଭଳି ଲାଗୁଥିଲା ।

Latest News