Breaking News

ବାକି ରହିଲା ୫ ଦିନ, କ୍ଷୀଣ ହେବାରେ ଲାଗିଛି ବିକ୍ରମ ସହ ଯୋଗାଯୋଗା ହେବାର ଆଶା, ସଭିଙ୍କ ନଜର ନାସା ଉପରେ

Date:16-09-2019


ଓଜସ୍ଵୀ ବେଙ୍ଗାଳୁରୁ: ଭାରତର ମହତ୍ଵାକାଂକ୍ଷୀ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ଏବେ କେବଳ ୫ ଦିନ ବାକି ରହିଛି। ଚନ୍ଦ୍ରର ଭୂପୃଷ୍ଠରେ ଅବତରଣ କରିବାର ଠିକ୍ ପୂର୍ବରୁ ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର ସହ ନିୟନ୍ତ୍ରଣ କକ୍ଷର ସଂପର୍କ ଛିନ୍ନ ହୋଇଥିଲା। ଏହା ପରେ ଇସ୍ରୋ ଓ ଆମେରିକା ମହାକାଶ ଏଜେନ୍ସି ନାସା ଲ୍ୟାଣ୍ଡର ସହ ଯୋଗାଯୋଗ କରିବାର ସମସ୍ତ ପ୍ରୟାସ ବିଫଳ  ହୋଇଛି। ଲ୍ୟାଣ୍ଡର ବିକ୍ରମକୁ ଗୋଟିଏ ଚନ୍ଦ୍ର ଦିବସ(ପୃଥିବୀର ୧୪ ଦିନ) ପର୍ଯ୍ୟନ୍ତ କାମ କରିବାକୁ ଡିଜାଇନ କରାଯାଇଛି। ବିତୁଥିବା ପ୍ରତ୍ୟେକ ମିନିଟ୍ ସହିତ ଯୋଗାଯୋଗ ହେବାର ଆଶା କ୍ଷୀଣ ହେବାରେ ଲାଗିଛି। ଏବେ ସଭିଙ୍କ ନଜର ନାସା ଉପରେ ରହିଛି।

ଏହି ପରି ସେପ୍ଟେମ୍ବର ୨୦ କିମ୍ବା ୨୧ରେ ଚନ୍ଦ୍ରରେ ରାତି ହେବ ଏବଂ ଏହା ସହିତ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ଆଶା ସଂପୂର୍ଣ୍ଣ ଭାବେ ସମାପ୍ତ ହୋଇଯିବ। ଏହା ମଧ୍ୟରେ ଭାରତ ବିକ୍ରମ ଲ୍ୟାଣ୍ଡର ସନ୍ଧାନ ପାଇଁ ନାସା ସହଯୋଗ କରିବ। ନାସାର ଅର୍ବିଟର ମଙ୍ଗଳବାର ଚନ୍ଦ୍ରର ଭୂପୃଷ୍ଠରେ ସେହି ଜାଗା ଦେଇ ଗତି କରିବ ଯେଉଁଠି ବିକ୍ରମ ହାର୍ଡ ଲାଣ୍ଡିଂ  କରିଛି। ନାସାର ଅର୍ବିଟର ଲାଣ୍ଡିଂ ସ୍ଥାନର ଫଟୋ ପଠାଇପାରେ। ଏଥରେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବାରେ ସଫଳତା ମିଳିପାରେ। 

କିଛି ଦିନ ପୂର୍ବେ ଇସ୍ରୋ ଲ୍ୟାଣ୍ଡର ବିକ୍ରମକୁ ଠାବ କରିବାରେ ସଫଳ ହୋଇଥିଲା ଏବଂ ତା ପରଠୁ ଯୋଗାଯୋଗ ପାଇଁ ପ୍ରୟାସ ଜାରି ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଇସ୍ରୋ ବିକ୍ରମର କୌଣସି ଫଟେ ଜାରି କରି ନାହିଁ। ଉଲ୍ଲେଖଯୋଗ୍ୟ, ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ କଠିନ ଅବତରଣ ବା ହାର୍ଡ ଲାଣ୍ଡିଂ କରିଥିଲା, ଏହି କାରଣରୁ ଏହାର କିଛି ଅଂଶ ନଷ୍ଟ ହୋଇଥିଲା। ନାସାର ଅର୍ବିଟରରେ ଲାଗିଥିବା ଉଚ୍ଚକ୍ଷମତା ସଂପନ୍ନ କ୍ୟାମେରା କିଛି ଦିନ ତଳେ ଆପୋଲୋ ୧୧ର ଅବତରଣ କ୍ଷେତ୍ରର ଫଟୋ ପଠାଇଥିଲା। ତେଣୁ ଆଶା କରାଯାଉଛି ଯେ, ନାସାର ଅର୍ବିଟର ବିକ୍ରମ ଲ୍ୟାଣ୍ଡର ସ୍ଥିତି ଫଟୋ ପଠାଇପାରେ। 

Latest News