Breaking News

ନୂଆ ମୋଟର ଭେଇକିଲ୍‌ ଆଇନକୁ ପ.ବଙ୍ଗ ଏବଂ ମଧ୍ୟପ୍ରଦେଶର ନା !

Date:01-09-2019



ଓଜସ୍ଵୀ ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ମୋଟର ଭେଇକିଲ ଆଇନକୁ ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ସରକାର ଲାଗୁ କରିବାକୁ ମନା କରିଥିବା ଜଣାପଡ଼ିଛି। ଜୋରିମାନାର ପରିମାଣରେ ଅସହମତି ଦର୍ଶାଇ ସେମାନେ ଏହି ନିୟମ ଲାଗୁ କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ଏହି ଜୋରିମାନା ପରିମାଣ ବାବଦରେ ପୁନର୍ବାର ସମୀକ୍ଷା କରିବା ପରେ ଯାଇ ଯାହା ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ରାଜସ୍ଥାନ ପରିବହନ ମନ୍ତ୍ରୀ କହିଛନ୍ତି, ଏହି ନୂଆ ନିୟମ ଲାଗୁ କରାଯିବ। କିନ୍ତୁ ଜୋରିମାନା ପରିମାଣକୁ ସମୀକ୍ଷା କରାଯିବ।
ସୂଚନାଯୋଗ୍ୟ ଯେ, ଏହି ନୂଆ ନିୟମ ଅନୁଯାୟୀ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ପୂର୍ବରୁ ଯେଉଁ ପରିମାଣର ଜୋରିମାନା ଥିଲା ତାହା ବର୍ତ୍ତମାନ ତାହା ବହୁଗୁଣିତ ହୋଇଯାଇଛି। ଏହାକୁ ନେଇ ବିଭିନ୍ନ ଲୋକ ବିରୋଧ କରିଆସୁଛନ୍ତି। ଏହି ନିୟମରେ ମଦ ପିଇ ଡ୍ରାଇଭିଂ କଲେ ଓ ଆମ୍ବୁଲାନ୍ସ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବଢ଼ାଇଦିଆଯାଇଛି। ଏପରିକି କିଛି ମାମଲା ଜେଲ ଦଣ୍ଡ ଏବଂ ଲାଇସେନ୍ସ ପ୍ରତ୍ୟାହାର ପର୍ଯ୍ୟନ୍ତ ଦଣ୍ଡ ବ୍ୟବସ୍ଥା ହୋଇପାରିବ।

Latest News