- OJASWI
Breaking News

ଝାରସୁଗୁଡ଼ା ରେ ସର୍ଟ ଡାଉନ୍ ଦ୍ଵିତୀୟ ଦିନରେ

Date:18-04-2021



ଝାରସୁଗୁଡ଼ା, ଆଜି ହେଉଛି ସପ୍ତାହନ୍ତ ସଟଡାଉନ ର ଦ୍ବିତୀୟ ଦିନ। ଛତିଶଗଡ଼ ରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଗତକାଲି ରାଜ୍ୟରେ ସଂକ୍ରମଣ ସଂଖ୍ୟା 3 ହଜାର ରୁ ଉର୍ଦ୍ଧ୍ବ ରହିଥିଲା।ସେଥିପାଇଁ କୋରୋନା ଚେନ କୁ ଭାଙ୍ଗିବା ପାଇଁ ଛତିଶଗଡ଼ ସୀମାନ୍ତବର୍ତୀ 10 ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଛକ ଗୁଡିକରେ ପୋଲିସ ମୃତୟନ କରାଯାଇଛି। ଗୋଟି ଗୋଟି କରି ଗାଡିକୁ ଯାଞ୍ଚ କରାଯାଉଛି। ଜରୁରୀକାଳୀନ ସେବାକୁ ଛାଡିଦେଲେ ଯଦି କେହି ଲୋକ ବିନା କାରଣରେ ବାହାରକୁ ଆସୁଛି ତାଙ୍କଠାରୁ ଫାଇନ କଟାଯାଉଛି। ଘରୋଇ କମ୍ପାନୀରେ କାମ କରୁଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ଯାଉଛନ୍ତି।

Latest News