- OJASWI
Breaking News

ଭୂଷଣର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଇସ୍ତଫା

Date:02-04-2021



ଭୂଷଣ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କମ୍ପାନୀର ଅକୋପାଇୟର ଦିନେଶ କୁମାର ୟାଦବ ତାଙ୍କର ପଦବୀରୁ ଇସ୍ତାଫା ଦେଇଥିବା ବିଶ୍ଵସ୍ଥ ସୂତ୍ରରୁ ପ୍ରକାଶ ମିଳିଛି। ସେ କର୍ମାନୀର ସ୍ଥାପନା ଦିନରୁ ଏଠି ନିଯୁକ୍ତ ରହିଥିଲେ।ତାଙ୍କର କାର୍ଯ୍ୟକାଳ ମଧ୍ୟରେ କମ୍ପାନୀ ବହୁତ ଉନ୍ନତି ଅଞ୍ଚଳର ପାରିପାଶ୍ଵିକ ବିକାଶ ଘଟିଥିବା ବେଲେ ସ୍ଥାନୀୟ ନିଯୁକ୍ତିକୁ ସେ ଆଗ୍ରାଧିକାର ପ୍ରଦାନ କରିଥିଲେ। ୨୦୧୭ ମସିହାରୁ କମ୍ପାନୀ ନିଜକୁ ଦେବାଳିଆ ଘୋଷଣା କରିବା ପରେ ବର୍ତ୍ତମାନ ଏହାକୁ ଜିନ୍ଦଲ କମ୍ପାନୀ ଅଧିଗ୍ରହଣ କରିନେଇଛି । ଯାହା ଫଳରେ ନିଜର କାର୍ଯ୍ୟଭାଗର ମାନସମ୍ମାନ ରକ୍ଷା ଦୃଷ୍ଟିରୁ ସେ ଏହି ଇସ୍ତାଫା ଦେଇଥିବା ସୂଚନା ମିଳିଛି।

Latest News