- OJASWI
Breaking News

ଟ୍ରେନ ରହଣି ଦାବିରେ ବ୍ରଜରାଜନଗର ରେ ରେଳ ରୋକ

Date:28-01-2021



ବ୍ରଜରାଜନଗର : ବ୍ରଜରାଜନଗର ରେଳ ଷ୍ଟେସନ ରେ ଏଣିକି ରହିବ ନାହିଁ ଉତ୍କଳ ଏକ୍ସପ୍ରେସ ଟ୍ରେନ। ଗତକାଲି ଠାରୁ ଏହି ନିୟମ ଲାଗୁ ହେବା ପରେ ବ୍ରଜରାଜନଗର ରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ତେବେ ଆଜି
ସକାଳେ ରେଳ ରୋକ କରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରଜରାଜନଗର ବାସୀ।  ବ୍ରଜରାଜନଗର ରେଳ ଷ୍ଟେସନ ରେ ଏହି ଟ୍ରେନ ରହିବାର ନଥିବାରୁ ଏହାକୁ ଅସନ୍ତୋଷ ହୋଇଥିଲେ ବ୍ରଜରାଜନଗର ବାସୀ। ଏନେଇ ଆଜି ବ୍ରଜରାଜନଗର ରେଳ ଷ୍ଟେସନ ରେ ରେଳ ରୋକ କରିବା ସହିତ ବ୍ରଜରାଜନଗର ମୁଖ୍ୟ ମାର୍କେଟ କୁ ମଧ୍ୟ ବନ୍ଦ କରିବାର ନିଷ୍ପତି ନେଇଛନ୍ତି ବ୍ରଜରାଜନଗର ନାଗରିକ ମଞ୍ଚ। ତେବେ ଏନେଇ ବ୍ରଜରାଜନଗର ରେଳ ଷ୍ଟେସନଠାରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଆର.ପି.ଏଫ ପୋଲିସ ମୁତୟନ ଥିବା ବେଳେ ଓ.ଏସ.ଏ.ପି.ର ପ୍ରାୟ ୨୦ ଜଣ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଅନ୍ୟ ପକ୍ଷରେ ଯଦି ଦାବି ପୂରଣ ନହେବ ତେବେ ଆଗାମୀ ସମୟରେ ଆହୁରି ଶକ୍ତ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଲୋକେ କହିଛନ୍ତି।

Latest News