- OJASWI
Breaking News

ନିଆଁରେ ପୋଡ଼ି ହୋଇ ଥିବା ଶିଶୁକନ୍ୟାର ମୃତ୍ୟୁ

Date:19-01-2021



ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ଠାରେ ଗତ 10 ତାରିଖ ବିଳମ୍ବିତ ରାତିରେ  ଅଗ୍ନିକାଣ୍ଡ ଭିଆଇ  ମାଁ, ଭାଇ, ବଡ଼ଭଉଣୀ ଏବଂ ଭାଣିଜୀ ଙ୍କୁ ହତ୍ୟା ଉଦ୍ୟମ କରିଥିଲା ଭାଇ ରବୀନ୍ଦ୍ର ସିଂହ। ଆହତ ମାନଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା IGH ରେ ଭର୍ତି କରାଯାଇଥିଲା। ତେବେ ମରଣ ସାଙ୍ଗରେ ସଂଗ୍ରାମ କରୁ କରୁ ଆଜି ଭାଣିଜୀ ଇସ୍ମିତ କୌର ଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ମୁଖ୍ୟ  ଗୁରମିତ ସିଂହ ଙ୍କର ଶ୍ରାଦ୍ଧବାର୍ଷିକୀ ପରେ ପରିବାର ବର୍ଗ ଏକା ସାଙ୍ଗରେ ଶୋଇଥିଲେ। ନିଆଁ ରେ ପୋଡି ଚାରି ଜଣ ଆହତ  ସବୁ IGH ହସ୍ପିଟାଲ ରେ ଭର୍ତି କରାଯାଇଥିଲା l  ସମ୍ପତ୍ତି ଲୋଭରୁ ପରିବାର ବର୍ଗଙ୍କୁ ନିପାତ ଉଦ୍ୟମ ଭଳି ଅଭାବନୀୟ ଘଟଣା ଘଟିଯାଇଥିଲା ବ୍ରଜରାଜନଗର ସହରରେ। ବ୍ୟବସାୟରେ ଆର୍ଥିକ କ୍ଷତି ଏବଂ ଋଣ ଭାରରେ ପଡି ଚରମ ମାନସିକ  ଚାପଗ୍ରସ୍ତ ତଥା ପ୍ରେମ ବିବାହ କରିଥିବା ରବୀନ୍ଦ୍ର ସିଂହ ଙ୍କର ସ୍ତ୍ରୀ ଙ୍କୁ ଘରେ ଗ୍ରହଣ ନ କରିବା ଏହି ହତ୍ୟା ଉଦ୍ୟମ ଘଟଣାର ମୂଳ କାରଣ ବୋଲି ପୋଲିସ ସୂଚନା ଦେଇ ଅଭିଯୁକ୍ତ ସମେତ ଜଣେ ନାବାଳକ ଏବଂ ଆଉ ଜଣକୁ  ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ।  ଏହି ଘଟଣାରେ ପରିବାରର ସଦସ୍ୟ ତଥା ସାନ ପୁଅ ରବୀନ୍ଦ୍ର ସିଂ ଖଲନାୟକ ବୋଲି ପୋଲିସ ସ୍ୱଷ୍ଟ କରିଥିଲା। ନିଜେ ସାନ ଭାଇ ଏବଂ ତାଙ୍କ ଦୁଇ ଜଣଙ୍କ ସହାୟତାରେ ନିଜ ଘରେ ପେଟ୍ରୋଲ ଓ କିରୋସିନ ଢାଳି ନିଆଁ ଲଗାଇ ରାତି ଅଧରେ ଜାଳି ହତ୍ୟା କରିବାର ଉଦ୍ୟମ କରିବା ପୋଲିସ ତଦନ୍ତରୁ ଜଣା ପଡିବା ପରେ ତିନି ଜଣ ଅଭିଯୁକ୍ତ ଗିରଫ କରିଥିଲା ପୋଲିସ।ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସିଂ ଘରେ ରହୁଥିବା ବୁଢ଼ୀ ମା ବଲଜିତ କୌର, ଭଉଣୀ ମଂଜିତ କୌର, ଭାଣିଜୀ ଇସ୍ମିତ କୌର ଏବଂ ବଡ଼ ଭାଇ ରାଜେନ୍ଦ୍ର ସିଂହ ଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ ବୋଲି ପୋଲିସ ସ୍ୱଷ୍ଟ କରିଥିଲା। ଚାରି ଜଣ ମଧ୍ୟରୁ ଇସ୍ମିତ କୌର ଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ତିନିଜଣ ଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏହି ଘଟଣାରେ ପୋଲିସ ରବୀନ୍ଦ୍ର ସିଂହ, ତାର ସହଯୋଗୀ ସମେତ ଜଣେ ନାବାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି।

Latest News