Breaking News

ଗଞ୍ଜାମ ବନ୍ୟପାଣିରେ ଧୋଇଗଲା ଅସ୍ଥାୟୀ ପୋଲ

Date:09-08-2019




ଓଜସ୍ଵୀ ଗଞ୍ଜାମ: ବନ୍ୟାପାଣିରେ ଧୋଇଗଲା ଅସ୍ଥାୟୀ ପୋଲ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରୁ ବ୍ରହ୍ମଗିରି ରାସ୍ତାରେ ବେଲଗୁଣ୍ଠା-ବାଲିପଦର ରାସ୍ତା ବିଚ୍ଛିନ୍ନ ହୋଇଛି। ବେଲଗୁଣ୍ଠା ନିକଟ ବୋଡ଼ା ନଦୀର ପୋଲ ଦୁଇ ବର୍ଷ ପୂର୍ବରୁ ଭୁଶୁଡ଼ି ପଡ଼ିବା ପରେ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା। ହେଲେ ଗତ ଦୁଇଦିନ ଧରି ଲଗାଣ ବର୍ଷା ହେବା ପରେ ଏହି ଅସ୍ଥାୟୀ ପୋଲ ମଧ୍ୟ ଧୋଇଯାଇଛି। ଫଳରେ ବେଲଗୁଣ୍ଠା ବ୍ଲକ ତହସିଲ, ଥାନା, ଡାକ୍ତରଖାନା, ସ୍କୁଲ କଲେଜକୁ ଯାତାୟତ ସଂପୂର୍ଣ୍ଣ ବ୍ୟାହତ ହୋଇଛି।

Latest News