Breaking News

ସଏଲ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ନିଃଶୁକ୍ଳ ପାଠ୍ୟ ପୁସ୍ତକ ବିତରଣ

Date:04-08-2020



ଝାରସୁଗୁଡ଼ା ସମଗ୍ର ବିଶ୍ବ ରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଭାରତ ରେ ମଧ୍ୟ ଏହାର ପ୍ରଭାବ ରେ ଲୋକ ମାନଙ୍କ ମନରେ ଭୟ ଶ୍ରୁଷ୍ଟି ହେଉଛି। ଏହା ଦ୍ୱାରା ସବୁଠୁ ଅଧିକ ଛାତ୍ରଛାତ୍ରୀ ମାନେ ପ୍ରଭାବିତ ହଉଛନ୍ତି। ଅନେକ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଡିଜିଟାଲ ଶିକ୍ଷା ଉପଲବ୍ଧ ହେଇପାରୁନାହିଁ। ତେଣୁ ଆମେ ମାନେ ଯୋଜନା କରିଛୁ କି ଆମ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ର ୫୦୦ ଅଭାବି ଛାତ୍ରଛାତ୍ରୀ ମାନଙ୍କୁ ମୁକ୍ତ ପାଠ୍ୟ ସାମଗ୍ରୀ ଯୋଗେଇ ଦେବାର ପ୍ରଚେଷ୍ଟା ଚଲେଇଛୁ। 

ଗତ ଜୁଲାଇ ମାସ ୨୪.୦୭.୨୦୨୦ ତାରିଖ ରୁ ସଏଲ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପ୍ରତିଷଠାତା ଅଂଶୁମାନ ଦାସ ଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ର କଣ୍ଟା ଟିକ୍ର ର ବାଲ୍ ପୁଟ, ମୁଣ୍ଡା ପଡା, ବୁନ୍ଦିଆ ଗ୍ରାମ ର ଚମାର ପଡା, ତେଲେନକଛାର,ରାଜ ପୁର ନିକଟବର୍ତ୍ତୀ ଠିଆ ବେରାନା ଗ୍ରାମ, ବ୍ରଜରଜନଗର କଲେଜ ନିକଟବର୍ତ୍ତୀ ଏନ.କେ ପଲ୍ଲୀ ଓ ଆଏଚ୍ କଣ୍ଟା ପଲ୍ଲୀ ର ଖଡିଆ ପଡା ରେ ୨୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ  ମାନଙ୍କୁ ନିଶୁଳ୍କ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ରଞ୍ଜୁ ନାୟକ ମ୍ୟାମ୍, ନିରୁପମା ମ୍ୟାମ, ରୋଜାଲିନା ଦାସ ମ୍ୟାମ ଓ ଅଶ୍ୱିନୀ ସାର ସହାୟତା କରିଥିବାରୁ ତାଙ୍କୁ ଆମ ସାଏଲ୍ ସ୍ବେଛସେବୀ ସଙ୍ଗଠନ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛୁl ଏଠାରେ  ପ୍ରକାଶ ଥାଉକି ସମ୍ବଲପୁର ବିଶ୍ୱବିଦ୍ୟାଳୟର କିଛି ପୁରାତନ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଏହି ସଏଲ ଅନୁଷ୍ଠାନ ଗଠନ କରାଯାଇ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ବର୍ତମାନ ଲକଡାଉନ ସମୟରେ ସମସ୍ତ ସଦସ୍ୟମାନେ ନିଜ ନିଜ ଜ଼ିଲ୍ଲାରେ ଥାଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି lଏହି ପରି ସଚେତନତା କାର୍ଯ୍ୟ ଆଗକୁ ମଧ୍ୟ ଜାରୀ ରହିବ ବୋଲି ପ୍ରତିଷ୍ଠାତା ଅଂଶୁମାନ ଦାସ ସୂଚନା ଦେଇଛନ୍ତି।

Latest News