Breaking News

ରବିବାର ଦୋକାନ ଖୋଲିବା ପାଇଁ ଅନୁମତି ଦାବି ଅନୁମତି ମିଳୁ ନମିଳୁ ରବିବାର ଦୋକାନ ଖୋଲାଯିବ: ବ୍ୟବସାୟୀ ସଙ୍ଘ

Date:01-08-2020



ଝାରସୁଗୁଡ଼ା ଜିଲ୍ଲାରେ ଅଗଷ୍ଟ ୧୦ ଯାଏଁ ସାପ୍ତାହିକ ସଟ୍‌ଡାଉନ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଫଳରେ ଜିଲ୍ଲାର ଶନିବାର ଓ ରବିବାର ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହୁଛି । ହେଲେ ଇଦ, ରାକ୍ଷା ବନ୍ଧନ, ଗଣେଷ ଚତୁର୍ଥ, ନୁଆଁଖାଇ ପାଇଁ ଶନିବାର ରବିବାର ଦୋକାନ ଖୋଲିବାର ଅନୁମତି ପ୍ରଶାସନ ପ୍ରଦାନ କରୁ ବୋଲି ଆଜି ବ୍ୟବସାୟିକ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ସଙ୍ଘ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୩୧ ଯାଏଁ ସାପ୍ତାହିକ ସଟ ଡାଉନ ଘୋଷଣା କରାଯାଇଥିଲା । ଅଗଷ୍ଟରେ ସଟ ଡାଉନର କିଛି ସୂଚନା ନଥିବାରୁ ବ୍ୟବସାୟୀମାନେ ଇଦ ଓ ରକ୍ଷା ବନ୍ଧନ ପାଇଁ ମିଠା ତଥା ଅନ୍ୟ ସାମଗ୍ରୀ ବିକ୍ରି କରିବାର ଆଶା ରଖିଥିଲେ । ହେଲେ ହଠାତ ଶୁକ୍ରବାର ରାତିରେ ଜିଲ୍ଲା ସଟ୍ ଡାଉନ ରହିବ, କେହି ଦୋକାନ ବଜାର ଖୋଲି ପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେବାରୁ ଲୋକେ ଇଦ ପାଇଁ ସାମଗ୍ରୀ କିଣି ପାରିଲେ ନାହିଁ । ଏବଂ ବ୍ୟବସାୟୀମାନେ ବହୁ କ୍ଷତି ସହିବାକୁ ପଡିଲା । ସେହିପରି ସେମବାର ରକ୍ଷା ବନ୍ଧନ ଏବଂ ଆଗକୁ ଗଣେଷ ଚତୁର୍ଥୀ ଓ ନୁଆଁଖାଇ ଥିବାରୁ ଶନିବାର ରବିବାର ଦୋକାନ ବଜାର ବନ୍ଦ ରହିଲେ ଦୋକାନୀମାନେ କ୍ଷତି ସହିବା ସହ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଜିଲ୍ଲାରେ ସାପ୍ତାହିକ ସଟ ଡାଉନ କୁ କୋହଳ କରି ଅନ୍ତତଃ ଅପରାହ୍ଣ ୧ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ବ୍ୟବସାୟୀ ସଙ୍ଘ ଦାବି କରିଛି । ତେବେ ଜିଲ୍ଲାପାଳ ଯଦି ଦୋକାନ ଖୋଳିବାର ଅନୁମତି ନ ଦିଅନ୍ତି ତାହେଲେ ଲୋକଙ୍କ ସୁବିଧା ପାଇଁ ପ୍ରଶାସନର ନିୟମ ଉଲଙ୍ଘନ କରି ରବିବାର ଦୋକାନ ଖୋଲିବାକୁ ବ୍ୟବସାୟୀ ସଙ୍ଘ ବାଧ୍ୟ ହେବ ବୋଲି କହିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ପ୍ରଶାସନ ପକ୍ଷରୁ ଯଦି ସେମାନଙ୍କୁ ଗିରଫ କରାଯାଏ ବା ଦୋକାନ ସିଲ କରାଯାଏ ତେବେ ଆଗାମୀ ଦିନରେ ପ୍ରଶାସନ ଯେଉଁ ଦିନ ଦୋକାନ ଖୋଲିବା ପାଇଁ କହିବ ସେ ଦିନ ସଙ୍ଘ ପକ୍ଷରୁ ଦୋକାନ ବନ୍ଦ କରାଯିବ ଏବଂ ଯେଉଁଦିନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବ ସେ ଦିନ ଖୋଲା ରଖାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
 

Latest News