Breaking News

ବେଲପାହାଡ ରେଳବାଇ କୋଲନୀରେ ଯୁବକଙ୍କ ଆତ୍ମହତ୍ୟା

Date:31-07-2020



ଝାରସୁଗୁଡା ଜିଲ୍ଲା ବେଲପାହାଡସ୍ଥିତ ରେଳବାଇ କଲୋନୀରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ରେଳବାଇରେ କାର୍ଯ୍ୟରତ ଚନ୍ଦ୍ରମଣି ବେହେରାଙ୍କ ପୁଅ ପବିତ୍ର ବେହେରା(୨୯) ବୋଲି ରେଳବାଇ ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ପବିତ୍ର ନିଜ କୋଠରୀ ଭିତରେ ବେକରେ ଶାଢି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାଦେଖି ତାଙ୍କ ବାପା ଓ ବଡଭାଇ ତାଙ୍କୁ ତୁରନ୍ତ ଟିଆରଏଲ ମେଡିକାଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରେଳବାଇ ପୁଲିସ ଖବରପାଇ ଘଟଣାସ୍ଥଳକୁ ପହଂଚି ମୃତଦେହ ପୋଷ୍ଟମୋର୍ଟମ ପାଇଁ ପଠାଇବାସହ କେଶ ନମ୍ବର ୨୬/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Latest News