Breaking News

ଟ୍ରେନ ଧକ୍କାରେ ଜଣେ ମୃତ

Date:21-07-2020



ଝାରସୁଗୁଡ଼ା ରେଳ ଷ୍ଟେସନ ଓ ଇବ ଷ୍ଟେସନ ମଧ୍ୟରେ ଏକ ମାଲ ବୋଝେଇ ଟ୍ରେନ ଧକ୍କାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଝାରସୁଗୁଡା ପୌରାଂଚଳ ୱାର୍ଡ ନମ୍ବର ୪ ନିବାସୀ ପୁରନ ରନ୍‌ବିଡାଙ୍କ ପୁଅ ଦୁର୍ଗା ରନ୍‌ବିଡା (୪୮) ବୋଲି ଜଣା ପଡିଛି । ସେ ଗତକାଲି ରାତିରେ ରେଳ ଧାରଣାଦେଇ ଘରକୁ ଫେରୁଥିବା ସମୟରେ ଏକ ମାଲ ବୋଝେଇ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେବାପରେ ଝାରସୁଗୁଡା ଜିଆରପି ପୁଲିସ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଏହାସହ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  

Latest News