Breaking News

ଟି ଆର ଏଲ କ୍ରୋସାକୀ ଦ୍ୱାରା ଟର୍ପେଡୋ ଲେଡଲ ପ୍ରଦର୍ଶନରେ ଏକ ନୂତନ କୀର୍ତ୍ତିମାନ ସୃଷ୍ଟି

Date:09-07-2020



ଭାରତର ସର୍ବ ବୃହତ୍ତ ରିଫାକ୍ଟୋରୀ କମ୍ପାନୀ  ଟି ଆର ଏଲ କ୍ରୋସାକି ରିଫାକ୍ଟୋରୀ ଲିମିଟେଡ୍, SAIL ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଟର୍ପେଡୋ ଲେଡଲ ପ୍ରଦର୍ଶନରେ 2338 ହିଟ୍ ର ସର୍ବୋଚ୍ଚ ଜୀବନ ହାସଲ କରି ଏକ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛି ଯାହାକି  2331 ହିଟ୍ ର ପୂର୍ବ ରେକର୍ଡକୁ ଅତିକ୍ରମ କରିଅଛି ଓ ବର୍ତମାନ ମଧ୍ୟ କାର୍ଯ୍ୟରତ ରହିଛି I ଏହି ଅନନ୍ୟ କାର୍ଯ୍ୟଦକ୍ଷତା ଉନ୍ନତମାନର ଆଲୁମିନୋ-ସିଲିକନ୍-କାର୍ବାଇଡ୍ କାର୍ବନ୍ ଏବଂ କରଣ୍ଡୁମ୍-ମଲାଇଟ୍ ରିଫାକ୍ଟୋରୀ ଗୁଡିକର ଅଭିନବ ଜୋନାଲ ଲାଇନ୍ ଡିଜାଇନ୍ ମାଧ୍ୟମରେ ହାସଲ କରାଯାଇଅଛି I ରିଫ୍ରାକଟୋରୀ ଯୋଗାଣ ବ୍ୟତୀତ, ରିଫ୍ରାକଟୋରିଜର ସଂସ୍ଥାପନ, ଅନ୍ଲାଇନ୍ ବୈଷୟିକ ତଦାରଖ ଏବଂ ରେଫ୍ରାକ୍ଟୋରୀ ଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ସହିତ ବୈଷୟିକ ସେବା ଯୋଗାଇବା ପାଇଁ ଟି ଆର ଏଲ କ୍ରୋସାକି ଦ୍ୱାରା SAIL RSP ସାଇଟରେ  ଏକ ଇଞ୍ଜିନିୟର ଏବଂ ଟେକ୍ନିସିଆନ ମାନଙ୍କ ଦଳକୁ  ନିୟୋଜିତ କରାଯାଇଛି |

 

SAIL RSP ର ଶୀର୍ଷ ନେତୃବୃନ୍ଦ, ବ୍ଲାଷ୍ଟ ଫର୍ଣ୍ଣେସ୍ ଡିଭିଜନର ବରିଷ୍ଠ କାର୍ଯ୍ୟନିର୍ବାହୀମାନେ ଏହି ସ୍ଥାନ ପରିଦର୍ଶନ କରି TRL କ୍ରୋସାକି ଦ୍ୱାରା ନିୟୋଜିତ ଇଞ୍ଜିନିୟର୍ ଏବଂ ଟେକ୍ନିସିଆନ ଦଳକୁ ଏହି ବିଶେଷ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି |

 

ଟି ଆର ଏଲ କ୍ରୋସାକି, ଇସ୍ପାତ କାରଖାନା ପାଇଁ ରେଫ୍ରାକ୍ଟୋରୀ ଉତ୍ପାଦ ଏବଂ ସେବାଗୁଡିକର ଯୋଗାଣ ପାଇଁ ଭାରତରେ ସର୍ବବୃହତ୍ତ ଯୋଗାଣକାରି କମ୍ପାନୀ ଅଟେ | ଏହାର ଉତ୍ପାଦଗୁଡିକ ଉଚ୍ଚ ତାପମାତ୍ରା ପ୍ରକ୍ରିୟା ଉପକରଣରେ ବ୍ୟବହାର କରାଯାଏ ଯେପରିକି ବ୍ଲାଷ୍ଟ ଫରନେଶ, କୋକ ଅଭେନ, ବିଭିନ୍ନ ଫରନେଶ, କିଲନ, ଇତ୍ୟାଦି | ଜାପାନର କ୍ରୋସାକି ହରିମା ନିଗମର ସର୍ବୋତ୍କୃଷ୍ଟ ଟେକ୍ନୋଲୋଜିର ସହାୟତା ସହ ଟି ଆର ଏଲ କ୍ରୋସାକି ନିଜ କାରଖାନାର  ଆଧୁନିକୀକରଣ ତଥା ଏହାର ଉତ୍ପାଦନ ସୁବିଧା ବିସ୍ତାର ପାଇଁ ବିପୁଳ ପୁଞ୍ଜି ବିନିଯୋଗ କରିଛି | କମ୍ପାନୀ ଏକ ଅତ୍ୟାଧୁନିକ ଉତ୍ପାଦନ କାରଖାନାର ବିକାଶ କରିଛି ଯାହା ସ୍ଥିର ଏବଂ ସର୍ବୋଚ୍ଚ ଗୁଣାତ୍ମକ ରେଫ୍ରାକ୍ଟୋରୀ ଉତ୍ପାଦନ କରେ | ରେଫ୍ରାକ୍ଟୋରୀ ଉତ୍ପାଦର ଯୋଗାଣ ବ୍ୟତୀତ, କମ୍ପାନୀ ଟୋଟାଲ୍ ରେଫ୍ରାକ୍ଟୋରୀ ମ୍ୟାନେଜମେଣ୍ଟ, ରେଫ୍ରାକ୍ଟୋରୀ ଇଞ୍ଜିନିୟରିଂ ସେବା ଏବଂ ଟେକନିକାଲ ସପୋର୍ଟ ସେବା ଯୋଗାଇ ଥାଏ |

Latest News