Breaking News

ବେଦାନ୍ତ ଦ୍ୱାରା ଏହାର କୋଭିଡ଼ ଯୋଧ୍ୟାମାନଙ୍କୁ ସମ୍ମାନିତ କୋଭିଡ଼ ରିଲିଫ ପ୍ରୟାସରେ ସେମାନଙ୍କର ଅବଦାନ ପାଇଁ ୨୨ ଟି ଏନଜିଓ ଏବଂ ସହଭାଗୀ ପୁରସ୍କୃତ

Date:12-06-2020



ଭୁବନେଶ୍ୱର, ଓଡିଶା; ଜୁନ ୧୨: ଦେଶର ୭ ଟି ସ୍ଥାନରେ କରୋନା ମୁକାବିଲା ପରିପ୍ରେକ୍ଷୀରେ ଉନ୍ନତ ମାନର ପଦକ୍ଷେପ ନେଇଥିବା କୋଭିଡ଼ ଯୋଧ୍ୟାମାନଙ୍କୁ ସ୍ୱୀକୃତି ଏବଂ ଉତ୍ସାହିତ କରିବାପାଇଁ ବେଦାନ୍ତ ଚେୟାରମ୍ୟାନ ଶ୍ରୀ ଅନିଲ ଅଗ୍ରୱାଲ, ବେଦାନ୍ତ କେୟାର୍ସ ନାମ୍ନୀ ଏକ ଡିଜିଟାଲ ପଦକ୍ଷେପ ନେଇଛନ୍ତି। ବେଦାନ୍ତର କର୍ମଚାରୀ ତଥା ଅଂଶୀଦାରୀମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର ଚେୟାରମ୍ୟାନ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଶ୍ରୀ ଅନିଲ ଅଗ୍ରୱାଲ ନିଜେ ଅଂଶୀଦାର କମ୍ପାନୀ ଏବଂ ଏନଜିଓ ଙ୍କୁ, ଦିନ ମଜୁରିଆ ଏବଂ ପ୍ରବାସୀ ଶ୍ରମିକଙ୍କ ନିକଟରେ ଦରକାରୀ ସୁବିଧା ପହଞ୍ଚାଇବାର ଉଦ୍ୟମ ପାଇଁ ବ୍ୟକ୍ତିଗତ ଭାବେ ପୁରସ୍କୃତ ଏବଂ ଉତ୍ସାହିତ କରିଥିଲେ । 
ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି " ଆମେ ଦେଶ ସହିତ ମିଶି ଏହି ସଂକଟ ସହିତ ସଂଗ୍ରାମ କରୁଚୁ। ଗୋଷ୍ଠୀ ସମ୍ପ୍ରଦାୟର ସେଵା କରି ଆମେ ବେଦାନ୍ତର "ଗିଭିଂ ବ୍ୟକ୍" ଦାର୍ଶନୀକକୁ ଦୋହରାଇଛୁ। ଆପଣଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞ ଏବଂ ଆମର ସହଭାଗୀ, ଏନଜିଓ ଏବଂ ବେଦାନ୍ତର ସଦସ୍ୟଙ୍କୁ ସମ୍ମାନ ଜଣାଉଛି ଯେଉଁମାନେ ଏକ ପରିବାର ଭାବେ ଏହି ସଙ୍କଟ ସହ ମୁକାବିଲା କରିଥିଲେ। ଆମେ ସମ୍ପ୍ରଦାୟ ଏବଂ ସରକାରୀ ପ୍ରଶାସନ ସହିତ ମିଶି ଆମର ସଂଘର୍ଷ ଜାରି ରଖିବୁ, ଏହା ଅନ୍ୟମାନଙ୍କୁ ସମ୍ପ୍ରଦାୟର ସେଵା କରିବାରେ ପ୍ରେରଣା ଯୋଗାଇବ ଏବଂ ଆଶା କରୁଛୁ ମିଳିତ ଭାବରେ ଆମେ ଏହି ପରିସ୍ଥିତିରୁ ବଞ୍ଚି ପାରିବ।
୨୨ଟି ଏନଜିଓ ଏବଂ ସହଭାଗୀ ସଂସ୍ଥା ମଧ୍ୟରୁ ଓଡିଶା ଅପରେସନର ଚେନ୍ନାଇ ରାଧା ଇଂଜିନିୟରିଂ ୱର୍କ (ଝାରସୁଗୁଡା), ରାଜେନ୍ଦ୍ର ମେକାନିକାଲ ପ୍ରାଇଭେଟ ଲିଃ (ଝାରସୁଗୁଡା), ଲେମନ କେୟାର ହସ୍ପିଟାଲିଟି ସର୍ଭିସ - (ଲାଞ୍ଜିଗଡ଼) ଏବଂ ଦିନେଶ କୁମାର (ଲାଞ୍ଜିଗଡ଼) ଙ୍କୁ ପୁରସ୍କୃତ ହୋଇଥିବା ବେଳେ ବେଦାନ୍ତ ଓଡ଼ିଶାର ନିମ୍ନ ଲିଖିତ ଉଚ୍ଚଧିକାରୀ ପୁରସ୍କୃତ ହୋଇଥିଲେ
୧. ଶ୍ରୀ ସୁନ୍ଦର ରାଜ୍, ସିଏସ୍ଆର୍ ମୁଖ୍ୟ (ଝାରସୁଗୁଡା)
୨. ଡ଼ଃ ସବିତା ସ୍ୱାଇଁ, ବୃତ୍ତିଗତ ସ୍ୱାସ୍ଥ୍ୟ ମୁଖ୍ୟ (ଝାରସୁଗୁଡା)
୩. ଶ୍ରୀ ରାମଭଦ୍ର ରାଜୁ, ମୁଖ୍ୟ - ଗୁଣବତ୍ତା ନିୟନ୍ତ୍ରଣ, ଲ୍ୟାବ ଏବଂ ଆର୍.ଏଣ୍ଡ.ଡି (ଲାଞ୍ଜିଗଡ଼)
୪. ଶ୍ରୀମତୀ ସୁଭଦର୍ଶିନୀ ପାଇକରାୟ - ପ୍ରଶାସନ ମୁଖ୍ୟ (ଲାଞ୍ଜିଗଡ଼)
ବେଦାନ୍ତର ଓଡିଶା ଅପରେସନ, ଯେଉଁଠି ରହିଛି ଲାଞ୍ଜିଗଡ଼ର ବିଶ୍ୱ ସ୍ତରୀୟ ଆଲୁମିନା ରିଫାଇନାରୀ ଏବଂ ଝାରସୁଗୁଡ଼ାରେ ଭାରତର ସର୍ବବୃହତ ଆଲୁମିନିୟମ ସ୍ମେଲ୍ଟର, କରୋନା ମୁକାବିଲା ପାଇଁ ଝାରସୁଗୁଡା ଏବଂ ଭବାନୀପାଟଣାରେ କୋଭିଡ଼ ହସ୍ପିଟାଲରେ ଭେଣ୍ଟିଲେଟର, କରୋନା କିଟ୍, ଅମ୍ଳଜାନ ଏକାଗ୍ରତା, ନେବ୍ୟୁଲାଇଜର ଭଳି ଚିକିତ୍ସା ଉପକରଣ ଯୋଗାଈ ଦେଇଛି। ମେଡିକାଲ ସାଜସଜ୍ଜା, ଅନ୍ୟାନ୍ୟ ଜଟିଳ ଭିତ୍ତିଭୂମି, ପିପିଇ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଈ ଦେଇଛି।
ଏଥି ସହିତ,
* ଦିନମଜୁରିଆ ଏବଂ ଗରିବଲୋକଙ୍କୁ ଦୈନିକ ଆହାର ଏବଂ ସଉଦା ସାମଗ୍ରୀ ଯୋଗାଇଦେବା
* ସୁଦୂର ଗ୍ରାମାଞ୍ଚଳରେ କୋଭିଡ଼-୧୯ ସମ୍ବନ୍ଧୀୟ ଶହ ଶହ ସଚେତନତା କାର୍ଯ୍ୟକ୍ରମ କରିବା
* ସର୍ବସାଧାରଣ ସ୍ଥାନଗୁଡିକୁ ଡିସିନଫେକ୍ଟ କରିବା
* ୨ ଲକ୍ଷରୁ ଅଧିକ ଲୋକଙ୍କୁ ମାସ୍କ, ସବୁନ ଓ ସୁରକ୍ଷା କିଟ ପ୍ରଦାନ କରିବା 
ବେଦାନ୍ତ ଗ୍ରୁପ ପ୍ରଧାନମନ୍ତ୍ରୀ ପାଣ୍ଠି, ରାଜ୍ୟ ସରକାର ପାଣ୍ଠି ଏବଂ ସାରା ଦେଶରେ ରିଲିଫ ବ୍ୟବସ୍ଥା ଯୋଗାଇଦେବରେ ୨୦୧ କୋଟି ଟଙ୍କା ଯୋଗଦାନ କରିଛି। ସରକାରଙ୍କ ଉଦ୍ୟମକୁ ସମର୍ଥନ କରିବାକୁ ଯାଇ ବେଦାନ୍ତ କର୍ମଚାରୀମାନେ ଗୋଟିଏ ଦିନର ଦରମା ପ୍ରଧାନମନ୍ତ୍ରୀ ପାଣ୍ଠିକୁ ପ୍ରଦାନ କରିଥିଲେ। "ମିଲ୍ ଫର୍ ଅଲ୍" କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀ ଦେଶରେ କମ୍ ସୁବିଧାଜନକ ସମ୍ପ୍ରଦାୟକୁ ୧୩ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଭୋଜନ ଯୋଗାଇଦେଇଛି। ବେଦାନ୍ତ ପ୍ରତିଦିନ ୫୦ ହଜାରରୁ ଉର୍ଦ୍ଧ୍ବ ଭ୍ରମଣକାରୀ ପଶୁପକ୍ଷୀମାନଙ୍କୁ ଖାଇବାକୁ ଦେବା ପାଇଁ ପଦକ୍ଷେପ ନେଇଛି। ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ବଢାଇବା ପାଇଁ ୭ଲକ୍ଷ ମାସ୍କ, ୧ ଲକ୍ଷ ସବୁନ ଏବଂ ସାନିଟାଇଜର ଉତ୍ପାଦନ କରି ଦେଶସାରା ବଣ୍ଟନ କରାଯାଇଛି।୨୩ ଟି ପିପିଇ ମେସିନ ଟେକ୍ସଟାଇଲ ମନ୍ତ୍ରଣାଳୟର ସହଯୋଗରେ ଆମଦାନୀ ହୋଇଥିଲା, ଯାହାଦ୍ୱାରା ସପ୍ତାହକୁ ୪୦୦୦୦ ପିପିଇ ଉତ୍ପାଦନ ସକ୍ଷମ ହୋଇଛି।

Latest News